Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Tragedy

3  

Bijay Prusty

Tragedy

ଶୀତରାତିର ବ୍ୟଥା

ଶୀତରାତିର ବ୍ୟଥା

1 min
134



ପାପୁଲିରେ ପାପୁଲିଏ ଜହ୍ନ

ଆଖି ତଳେ ଆକାଶୀ ଆକାଶୀ ସ୍ୱପ୍ନ

ପବନ ଦେହରେ ବୋଳିଦେଇ

ଇନ୍ଦ୍ରଧନୁ ରଙ୍ଗ

କାହାକୁ ଦେଖାଇ ହେବ

ବ୍ୟଥାଭରା ମୁହୂର୍ତ୍ତର ଚିତ୍ରକଳ୍ପ ଟିଏ

ନିରୁଦ୍ଦିଷ୍ଟ ହେଲାପରେ ମନ I

ଅନଭ୍ୟସ୍ତ ହାତେ ମୋର

ପ୍ରାଚୁଯ୍ୟର ଅନନ୍ତ ଭଣ୍ଡାର

ଆଖିତଳେ ଘରଟିଏ

ତାରାଫୁଲଙ୍କର

ସକାଳର କାକର ଶେଯରେ

ଶୋଇଯାଏ

ଅନ୍ତରଙ୍ଗ ବେଦନାର ସ୍ୱର I

କାରୁଣ୍ୟର କରୁଣ ଚାହାଣୀ

ଜୀବନ ଯାତ୍ରାପଥର ନୀରବ କାହାଣୀ

କେତେକଥା କହିଦିଏ ଆଖି

ଲୁହ ଅବା ଲହୁର ମଦିରା ପିଇ

ମୁଁ ପଢୁଛି ନିରବରେ

ହୃଦଭରା ଆବେଗର ଲିପି I

ସେଥିପାଇଁତ କହିଲି

ଯନ୍ତ୍ରଣା ନଥାଇ ଜୀବନଟେ ନାହିଁ

ଦହନ ନଥାଇ ହୃଦୟଟେ ନାହିଁ

ସୂର୍ଯ୍ୟ ବିନା ନିରସ ସକାଳ

ଆଖି ଖୋଲି ଦେଖିବି ଭାବିଛି

ଶୀତରାତି ପାହାନ୍ତି ସ୍ୱାକ୍ଷର I


ବିଜୟ କୁମାର ପୃଷ୍ଟି


Rate this content
Log in