ବାଁଆରା ପକ୍ଷୀ
ବାଁଆରା ପକ୍ଷୀ
ବାଁଆରା ପକ୍ଷୀ
**************
ଭଲ ପାଇବାର ଋତୁ କେବେ ନାହିଁ
ମନ ତ ବାଁଆରା ପକ୍ଷୀ
ସମୟ ଦେଖେନି ପାତ୍ରତା ବୁଝେନି
ଯାଉଥାଏ ସିଏ ଲାଖି ।।
ସମୟ ସୁଅରେ କୁଟା ଖିଅ ସିଏ
ଭାସିଚାଲେ ଦେଖି ଦେଖି
ଭଉଁରୀ ଖେଳର ଅଜବ ନିଶାରେ
ବୁଡ଼ିବାରେ ନାହିଁ ଭୀତି ।।
କାଠି କୁଟା ଯେତେ ମିତ ହଜି ଗଲେ
ବିଳାପ ତାହାର ସାଥୀ
"ନାଉରୀ ଭାଇ ହେ, ଦୂରେ ଚାଲିଗଲ
ଘୁରିଯାଏ ମୋର ମତି "।