ଜୀବନ ଗୀତା- ୫୫
ଜୀବନ ଗୀତା- ୫୫
1 min
7.0K
ଜୀବନ ଗୀତା
ନିଶିଥର ନିରବତା
ବଢାଏ ମନରେ ବ୍ୟଥା
ମନେପଡେ ନିରୋଳାରେ
ବିଗତ ଜୀବନ କଥା ॥୦॥
ଯାତନାର ଜୁଇପରେ
ଜଳିଜଳି ଲିଭିଗଲ
ଦହନର ଦୁନିଆରୁ
ହସିହସି ଚାଲିଗଲ
ଏକା କରି ଗଲ ଫେରି
ବୁଝିଲନି ଥରେ ହେଲେ
ମୋ ପ୍ରେମର ଗଭୀରତା ॥୧॥
ପିପାସାରେ ଜଳୁଥାଏ
ଥରିଥରି ଓଠ ଦୁଇ
ପିଆଲାରେ ଭରୁଥାଏ
ନିତିନିତି ବିଷ ମୁହିଁ
ନିଶା ଘାରେ ରାତି ସରେ
ସକାଳକୁ ବୁଝିହୁଏ
ଜୀବନର ଅସାରତା ॥୨॥