Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

ରୂପାଲୋକ

ରୂପାଲୋକ

1 min
6.8K


ରୋମାଣ୍ଟିକ କବି ମାୟାଧର ମାନସିଂହ


ପ୍ରଦୀପ ଜଳୁଛି କିପାଁ ?ଲିଭାଅ ତାହାରେ

ତବ ରୂପ-ଶିଖା ଜଳୁ ଘନ ଅନ୍ଧକାରେ ।

ଠିଆ ହୁଅ କକ୍ଷ ମଧ୍ୟେ,ଧୀରେ ଧୀରେ ଧୀରେ

ଅଙ୍ଗ ଆବରଣ,ଅଙ୍ଗ ତେଜି ଏ ମହୀରେ

ପଡ଼ୁ ଶାନ୍ତ ଊର୍ମି ସମ ।ସ୍ଫୁଟିତ ପୁଷ୍ପରେ

ବୃନ୍ତ ଆବରଣ ଦେଇ ମୂର୍ଖତା କେ କରେ

ଦେଖିଛ କେଉଁଠି ସଖି ? ହୁଅ ଦିଗମ୍ବରୀ

ମେଘ-ମୁକ୍ତ ଉଷା ସମ ।କ୍ରୀତଦାସ ପରି

ପରାଜୟ ଲଭି ରୂପ-ଆଲୋକେ ତୁମ୍ଭର

ଅନ୍ଧକାର, ଯତ୍ନ କରୁ ଦେବାକୁ ଅମ୍ବର

ତୁମ୍ଭର ନିଖିଳ ଅଙ୍ଗେ ।ଲଜ୍ଜା ଯେବେ ଆସି

ସହସା କହିବ କର୍ଣ୍ଣେ- ' ହାୟ ମତ୍ତାକାଶି,

ଏ କି କଲ !' - ଆସ ପାଶେ ତୁରିତ ଗମନେ

ଆଶ୍ରୟ ତାହାରେ ଦେବି ସ୍ନେହ-ଆବରଣେ ।

ସମାପ୍ତ


Rate this content
Log in

Similar oriya poem from Classics