Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Classics Inspirational

5.0  

ବି. ନିରୁପମା

Action Classics Inspirational

ମିଳିଯାଅ ମୋର ପାଶେ

ମିଳିଯାଅ ମୋର ପାଶେ

1 min
162



ଆଶାଅଛି ମୋର ଥରୁଟେ ଦେଖିବି

ତୁମରି ମୋହନ ରୂପ ,

କୃପାକର ନାଥ, ଅଚିରେ ସଫଳ

ହୋଇଯାଉ ମୋର ତପ ।


ବାଳୁତ କାଳରୁ ତୁମ୍ଭଙ୍କୁ ଚିହ୍ନିଛି

କହିଛନ୍ତି ପିତା-ମାତା ,

ଛାଇଭଳି ତୁମେ ଜଗି-ରହିଥାଅ

ଭକତକୁ ଆହେ ଧାତା ।


ଜଳ,ସ୍ଥଳ,ବନ,ଅକାଶ ଗଢ଼ିଛ

କେଡ଼େ କଉଶଳେ ତୁମେ ,

ଆତଯାତ ହୋ'ନ୍ତି ଗ୍ରହ ଉପଗ୍ରହ

ତୁମରି ଇଙ୍ଗିତ କ୍ରମେ ।


କେଡ଼େ କଉଶଳେ ଗଢ଼ି ପୁଣି ମୋତେ

ମୋ ଭିତରେ ଅଛ ରହି ,

ତୁମ କରୁଣାରୁ ଅସୀମ ଯାତନା

ହସି ହସି ଯାଏ ସହି ।


କୋଉ ଦରବରେ ମନବଳେ ନାହିଁ

ରହିଅଛି ତୁମ ଆଶେ ,

ଇଚ୍ଛାମୟ ବାରେ ଇଚ୍ଛା ପୂର୍ଣ୍ଣକର

ମିଳିଯାଅ ମୋର ପାଶେ ।।


ବି. ନିରୁପମା,

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action