Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others Romance

2.3  

Bikesh Sahu

Others Romance

ଚିଠିଟିଏ ପ୍ରିୟା ତୁମ ପାଇଁ

ଚିଠିଟିଏ ପ୍ରିୟା ତୁମ ପାଇଁ

1 min
1.5K


ଚିଠିଟିଏ ପ୍ରିୟା ତୁମ ପାଇଁ

ହୃଦୟର ଏ ଲାଲ ରକତେ

ଲେଖିଛି ଗୋ ଚିରି ଦେବ ନାହିଁ….

ପ୍ରଥମ ପ୍ରୀତିର ପ୍ରଥମ ଏ ଚିଠି

ଲେଖୁଛି ଅଳପ ଭାବୁଛି ବେଶି

ଭୁଲିବ ନି ପ୍ରିୟା ଭୁଲିବ ନି

ଥରୁଟିଏ ପଢି ଦେବ ଗୋ ଉତ୍ତର

ବେଶି କିଛି ଆଉ ଲୋଡ଼ା ନାହିଁ

ଚିଠିଟିଏ ପ୍ରିୟା ତୁମ ପାଇଁ….

ଦୁନିଆ କୁ ମୋର ତିଳେ ନାହିଁ ଡର

ଏକା ଲଢ଼ି ଯିବି ତୁମପାଇଁ

ତୁମ ହାତ ଧରି ଚାଲୁଥିବି ପଥ

ଥକିବାର ପ୍ରିୟା ପ୍ରଶ୍ନ ନାହିଁ

ଚିଠିଟିଏ ପ୍ରିୟା ତୁମ ପାଇଁ….

ଯେତେ ଆସୁ ବାଧା ହାରିବିନି ପ୍ରିୟା

ମୃତ୍ୟୁ କୁ ବି ମୋର ଭୟ ନାହିଁ

ତୁମ ହାତ ଯଦି ଥାଏ ମୋ ହାତରେ

ଜୀବ ଥିବା ଯାଏଁ ଛାଡ଼ିବିନି

ଚିଠିଟିଏ ପ୍ରିୟା ତୁମ ପାଇଁ….

ଇଚ୍ଛା କଲେ ତୁମେ ଆଣିଦେବି ପ୍ରିୟା

ସ୍ୱର୍ଗ ପାରିଜାତ ଆକାଶର ଶଶୀ

ପ୍ରୀତି ମୂର୍ଚ୍ଛନାରେ ଗାଉଥିବି ଗୀତ

ବିତିଯିବ ପ୍ରିୟା ଏଇ ଦିବା ରାତି

ଚିଠିଟିଏ ପ୍ରିୟା ତୁମ ପାଇଁ…..

@ବିକେଶ ସାହୁ


Rate this content
Log in