ଭିଜା ଭିଜା ସ୍ମୃତି ।
ଭିଜା ଭିଜା ସ୍ମୃତି ।
1 min
6.9K
ଭିଜା ଭିଜା ସ୍ମୃତି ।
ଭଲ ଲାଗେ ବର୍ଷରେ ଭିଜିବାକୁ, ଭିଜି ଭିଜି ଅତୀତରେ ହଜିବାକୁ, ହଜିଗଲା ଦିନ ସବୁ ଖୋଜିବାକୁ, ଭଲ ଲାଗେ ବର୍ଷରେ ଭିଜିବାକୁ ।
ବର୍ଷା ଭିଜା ଗାଁ ଦାଣ୍ଡ, କାଦୁଅ ପାଣିର ସୁଅ, ସେ ସୁଅରେ କାଗଜ ର ଡଙ୍ଗା, ଡଙ୍ଗା ପଛେ ପଛେ ଧାଇଁ ବାକୁ ଭଲ ଲାଗେ ବର୍ଷରେ ଭିଜିବାକୁ ।
ନାହିଁ ସେ ଗାଁ ଦାଣ୍ଡ, ଅବା ସେଇ କାଗଜ ଡଙ୍ଗା, ସେ ଦିନ ହଜିଛି କେଉଁ ବୟସ ଗଳିରେ ଅବା, ତଥାପି ବି ଭଲ ଲାଗେ, ସେ ଦିନ କୁ ଖୋଜିବାକୁ, ବର୍ଷା ରେ ଭିଜି ଭିଜି ଅତୀତରେ ହଜିବାକୁ, ଭଲ ଲାଗେ ମତେ ଏବେ ବର୍ଷାରେ ଭିଜିବାକୁ ।
କାଶ୍ୟପ ।