Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Romance

3  

Abhiram Sahoo

Romance

ଆସ ଆମେ

ଆସ ଆମେ

1 min
6.9K


ଚିଠିରେ ଲେଖୁଛ ଆସିବ ବୋଲି

ଆସିଲେ କହୁଛ ଯିବି ମୁଁ କାଲି

ତୁମେ ଚାଲିଗଲେ

ଏଇ ବଗିଚାରେ

କେମିତି ଫୁଟିବ ହେନା,ଟଗର,ମଲ୍ଲୀ ।୦।


କେତେ ଶିହରଣ ଥାଏ ତମ ପ୍ରୀତି ଛୁଆଁରେ

ହେଲେ ମୁଁ ଜଳୁଛି ଏଠି ବିରହର ନିଆଁରେ

ନିଜ ସାଥେ ଛଳନାର

ଲୁଚକାଳି ଖେଳୁଖେଳୁ

ଫୁଲରୁ ପାଖୁଡା ମୋର ପଡୁଛି ଝରି

ଛାତିରେ କିଏ ବା ମୋତେ ନେଉଛି ତୋଳି ।୧।


କାଲିକି ହଜିବ ଆମ ବୟସର ଠିକଣା

ଭାବୁନ କାହିଁକି ଆମେ ହେବା ଦିନେ ପୁରୁଣା

ଭିଜା ଭିଜା ମହକର

ଦିନ କିଛି ଥାଉଥାଉ

ଓଠ ପିଆଲାରେ ପ୍ରୀତି ମଦିରା ଭରି

ଆସ ଆମେ ସାରା ରାତି ଝୁମିବା ଖାଲି ।୨।


Rate this content
Log in

Similar oriya poem from Romance