କବିତା
କବିତା
ରହିବାକୁ ଦିଅ ମୋତେ
ମଣିଷଟିଏ ହୋଇ।
ଏତେ ନିର୍ଜନତା ଓ ନିସଙ୍ଗତାର
ହିମଶୀତଳ ବିଶାଳତାକୁ ନେଇ
ଭୟ ଲାଗେ ନିଜକୁ ହଜାଇବାପରି
କାଳେ ଭିନ୍ନକିଛି ହୋଇଯିବି
ସଙ୍କୁଚିତ ହୋଇଯାଏ ଅହଂସବୁ
କିଏକଣ ଏଡ଼ାଇ ଦେଇପାରେ
ତାର ସ୍ବାଭାବିକ ଭାଗ୍ୟ।
ମୁଁ ବିସ୍ମୟ ବିମୂଢ଼!
ସ୍ବୀକାର କରି ନେଉଛି
ମୋର ସବୁ ଅଜ୍ଞାନତା
ଓ ଖଣ୍ଡିତ ଚେତନାର ବ୍ୟାପ୍ତି।
ବୁଝି ମୁଁ ପାରୁଛିଏବେ
ମାଟିର ଏ ଆଲୋକ,ଉଷ୍ମତା
ରଂଗ ଓ ସୌନ୍ଦର୍ଯ୍ୟସବୁ
ନିଜ ପାଇଁ ନୁହେଁ।
.।।।ରାଜଲକ୍ଷ୍ମୀ।।