Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Comedy

3  

Abhakanta

Comedy

ପରିଚୟ

ପରିଚୟ

2 mins
13.5K


ପରିଚୟ

 

ଆଭାକାନ୍ତ ମହାନ୍ତି

 

ଅନନ୍ତେ ଫେରିଛି ବିଂଶ ଶତାବ୍ଦୀଟି ଅଳପ ଦୂରେ

ବର୍ଣ୍ଣାଳି ପଣତ ଉଡୁଛି ହେଇତି ବଣ ସେପାରେ

       ପବନରୁ ଆଜି ହଜିନି ବି ତା'ର ପର୍ଯ୍ୟାପ୍ତ ବାସ୍ନା

       ଚଢ଼ାଇଛି ଏକବିଂଶ କନ୍ଧେ ଯେଉଁ ଚଲାଖ ରାସ୍ନା ।

 

ଫଳେ ଫୁଲେ ଫୁଲି ଫୁଲେଇ ଶତାବ୍ଦୀ ଫୁଟୁକି ମାରେ

ସଜାଏ ସମାଜ-ସନ୍ତୁଳା-ସଂସ୍କୃତି ତା ଗନ୍ତାଘରେ

       ସ୍ମୃତି ସାରିବାକୁ ପ୍ରାୟ ସୁମରୁଛି ସମାପ୍ତ ଧାରା

       ଗମାତେ ଗ୍ରହଣି ଗମ୍ଭୀରେ ଗୁମୁରେ ଶତାବ୍ଦୀ ପରା ।

 

ମୌଳିକ ମହିମା ମଉଳେ ମଲାଙ୍ଗ ମେଲାଏ ଡାଳ

ଚିହ୍ନିହେଉନାହିଁ ଚହକ ଚୁପୁଡ଼ା ଚେହେରା ମୂଳ

       କୁମ୍ଭୀର କପଟ କୁହୁଳାଇ କୂଳୁ ମଝିକୁ ନେଲା

       ସମ୍ପ୍ରତି ଶାସକ ତେବେ ବି ସର୍ବସ୍ୱ ଭୁଲି ଶୋଇଲା ।

 

ଭାଷାକୁ ଭସାଇ ଭୁରୁଡୁ ମାରନ୍ତି ଭ୍ରୂଲତା ଭାଙ୍ଗି

ବାଉନ ବିଘାରେ ପୋଦିନା ବୋଅନ୍ତି ବିଧି ବରଗି

       ପାରିବାପଣକୁ ପଛରେ ପକାଇ ପୋତନ୍ତି ସ୍ୱାର୍ଥେ

       ଗୋଦରା ଗୋଡ଼କୁ ଗୁଣି ଗଣୁଥାନ୍ତି ଗର୍ବିତ ସ୍ୱାସ୍ଥ୍ୟେ ।

 

ପାହିଆ ପାହିରେ ପଡ଼ିଅଛି ଉନ୍ନତିର ପହିଆ

ତେଲେଇ ତେଲେଇ ତିଳ ତିଳ ହେଲେ ଯେତେ ତଳିଆ

       ସରସ୍ୱତୀ ଖରଶ୍ୱାସରେ ସରୁଛି ସତ୍ତା ସଂସ୍କୃତି

       ସଂସ୍କୃତି ଶ୍ରୀହୀନେ ସରଗ ଛୁଏଁନା ସ୍ୱରାଜ୍ୟ ଗତି ।

 

କାହାକୁ କହିବା ? କରମେ ଖଜୁରି ମୂଳୁ ପାହାଚ

ଗୁଣୀ ହୋଇ, ଗୁଣେ ଘୁଣ ଲାଗେ ଜାଣି କିଆଁ ସହୁଛ ?

       ଜମିଦାରପୁଅ ଚାଉଳଚୋବାକୁ ଭାବ ସଉକ

       ଜାଣି ଅଜଣାରେ ରହୁଥାଉ ପେଟେ ତା ଦଶିପୋକ ।

 

ପୁରୋଧାପଣଟା ପର୍ଯ୍ୟାପ୍ତ କି ଖାଲି ପ୍ରମାଣପତ୍ରେ ?

ପଢ଼ା ପ୍ରଣାଳୀରେ ପାଇଛ କି ପଥ ଏପରି ମନ୍ତ୍ରେ ?

       ଅମଲାଙ୍କୁ ଆଜି ଅଡ୍ଡାକୁ ଆଣୁନି ମୋର ଲେଖନୀ

       ଆଜି ଦୋଷୀ, ଭାଷା-ଭାରର ଭାରୁଆ ଭାଷାଭିମାନୀ  ।

 

ସମ ପରିମାଣେ ଦୋଷୀ ହେବେ ସଂସ୍କୃତି ସଂରକ୍ଷକ

ସତ କହିବାରେ ସଂକୋଚ ସାଇତା ସମାଲୋଚକ

       ସରିବା ସଂସ୍କୃତି ସହିତ ନସାରି ଏଇ କ୍ରମାଙ୍କ

       କିଆଁ କରୁଛନ୍ତି କଅଁଳା ଶତାବ୍ଦୀ କରମ ବାଙ୍କ ?

 

ସମ୍ଭାଳ ସାହିତ୍ୟ ସଂସ୍କୃତିରେ ସଞ୍ଚି ସୃଜନୀ ସୁଧା

ଆତ୍ମଅଭିମାନେ ଆଗେଇଯା ଏଡ଼ି ସକଳ ବାଧା

       ଆଉ ଅଳ୍ପଦିନ ଆବୋରିଲେ ଏବର ଅଭିନୟ

       ଆଶ୍ଚର୍ଯେ ଅନ୍ୟକୁ ପଚାରିବ ଓଡ଼ିଆ ପରିଚୟ  ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Comedy