ଜୀବନ ଗୀତା-୧୯୨
ଜୀବନ ଗୀତା-୧୯୨
1 min
6.2K
ଜୀବନ କେବେ ନିଜର
କେବେପୁଣି ସାତପର
ହାତଧରି ଚାଲେକେବେ
ରହେପୁଣି ବହୁଦୂର ॥୦॥
ଜୀବନ ଲାଗଇ କେବେ
ଅତି ବେଶୀ ଚିହ୍ନାଜଣା
କେବେପୁଣି ମନେହୁଏ
ସେତ ନିହାତି ଅଜଣା
ରଖେ ସାଇତି ପ୍ରତିଟି ସ୍ମୃତି
ଭରିଦେଇ ସେ ମନରେ
ଖୁସି କେତେ ପରକାର ॥୧॥
ଜୀବନ ଜଡଇ କେବେ
ଅତି ନିବିଡ ଭାବରେ
କେବେପୁଣି କରଛଡା
ଦିଅଇ ସେ ଅଭାବରେ
ହୁଏ ସାହାରା ଦିଏ ଆଶରା
ସେତେବେଳେ ଜାଣିହୁଏ
ଜୀବନ କେତେ ସୁନ୍ଦର ॥୨॥