ବେସୁରା ଗୀତି-୭୬୭
ବେସୁରା ଗୀତି-୭୬୭
1 min
6.6K
ଦୁଃଖ କଥା ପଦେ ଲେଖିବିନି ଆଉ
ସୁଖ କିଛି ଲେଖିବିନି,
ଜୀବନ ପଥର କ୍ଳାନ୍ତ ପଥିକ ମୁଁ
ବାଟ ଆଉ ଚାଲିବିନି ॥
କେତେ ଝଡି ବଢି ସହି ସାରିଲିଣି
କେତେ ବା ସହିବି ଆଉ,
ବରଷା ରେ ଭିଜି ଗୀତ ଗାଇବାର
ମନ କଥା ମନେ ରହୁ ॥
ଧାରା ଶିରାବଣ ସରି ତ ଗଲାଣି
ବର୍ଷା ବି ଯିବ ଚାଲି,
ଶରତେ ହସିବ ଏ ଧରଣୀ ରାଣୀ
ବର୍ଷା କୁ ଯିବ ଭୁଲି ॥
ସତେ କି ଆଖିରୁ ଶୁଖିବ ମୋ ଲୁହ
ଯେ ଯାହା କହୁଛି କହୁ,
ନିତି ମରୁଥିବି ନିତି ଜୀଉଁଥିବି
ଏ ଦେହଟା ଥାଉ ଥାଉ ॥
ଆଉ ଥରେ ପୁଣି ଫେରିବ ବରଷା
ଫେରନ୍ତା ମୌସୁମୀ ସାଥେ,
ଯଦି ଜୀଇଁଥିବି ପ୍ରତୀକ୍ଷା କରିବି
ଭିଜିବାକୁ ତାର ସାଥେ ॥