Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Others

3  

Prakash Sahoo

Others

ବଡ ଠାକୁରଙ୍କୁ ନିମନ୍ତ୍ରଣ

ବଡ ଠାକୁରଙ୍କୁ ନିମନ୍ତ୍ରଣ

2 mins
7.3K


ଗୋଟେ ନିମନ୍ତେ ଅଛି ବଡ଼ଠାକୁରେ

କି ଦେଇ ଡାକିବି ମହାପ୍ରଭୁ

ଏତେ ବଡ଼ଠାକୁରଙ୍କୁ

ନିମନ୍ତ୍ରଣ ଦେଇ ଡାକିବାକୁ

ସାହସ ବା କେଉଁଠୁ ପାଇବି।

ଗୁଆଟେ ଦେଇ ଡାକିବି

କି ଫୁଲଟିଏ ଦେଇ ଡାକିବି

ନଡ଼ିଆଟେ ଦେଇ ଡାକିବି

ଅବା ଭଜନର ସ୍ୱରରେ ଡାକିବି।

ଏମିତି ଭାବୁ ଭାବୁ ବଡ଼ ଠାକୁରଙ୍କୁ

ଲେଖି ଦେଲି ନିମନ୍ତ୍ରଣ ପତ୍ରଟିଏ

ଆଖିର ଲୁହକୁ ଢାଳି

ହୃଦୟର ଭାଷାକୁ ପଂକ୍ତି କରି।

ଘଣ୍ଟ,ମୃଦଙ୍ଗର ସ୍ୱରରେ

ଚାଲିଥିଲା ତୁମର ଆରତୀ

ଧୂପ ଚନ୍ଦନ ମହକରେ

ଲକ୍ଷଲକ୍ଷ ଭକ୍ତଙ୍କ ଗ୍ରହଣରେ

ସୁସ୍ଥ ହୋଇ ଫେରିଛନ୍ତି

ପନ୍ଦର ଦିନ ଅଣସରରେ

ରହିବା ପରେ, ଆଜି ରତ୍ନ ସିଂହାସନ

ଛାଡି ନନ୍ଦିଘୋଷ ରଥରେ ବିଜେ

କରିବେ ମାଉସୀ ମା ଘରକୁ ଯିବେ

ଚତୁର୍ଦିଗ ଆଜି ଚହଳ ପଡିଛି

ଝୁଲିଝୁଲି ଆସିବେ ବଡ଼ଠାକୁରେ

ଖୁସିରେ ବଡ ଦାଣ୍ଡ ଆଜି

ପାଲଟିଛି ଭକ୍ତଙ୍କ ଜନ ସମୁଦ୍ର

ମୁଁ କିନ୍ତୁ ହଜିଯାଇଛି

ତୁମର ସେ ଚକାଚକା

ବିସ୍ଫାରିତ ଅପଲକ ନୟନରେ

ଯୋଡ଼ା ହସ୍ତେ ନିମନ୍ତ୍ରଣ କରିଲି

ପାଟ,ମନ୍ତ୍ରୀ,ବାଜା ବାଣ ପଟୁଆ

ବଡ଼ଠାକୁରେ ନ ଥିବେ ସାଙ୍ଗରେ

ଭାଇ ଭଉଣୀଙ୍କୁ ନେଇ

ମାଉସୀ ମା ଘରକୁ ଯିବା ବାଟରେ

ଟିକେ ପାଦ ପକାନ୍ତନି ମୋ ଘରେ

କାହୁଁ କେତେ ଦିନୁ ଅପେକ୍ଷାରତ

ତୁମ ପାଦ ରେଣୁ ସ୍ପର୍ଶରେ

ଉଲ୍ଲସିତ ହେବ ମୋ ଅଗଣା

ଲାଜେଇ ଅନ୍ଧାରଟି ମୁହଁ ଲୁଚାଇବ

ଶିରି ଶିରି ପବନ ଧସେଇ ପଶିବ

ତୁମ ଦୁଇ ପାଦ ଧୋଇଦେବି

ମୋ ଦୁଇ ଧାର ଶୀତଳ ଲୁହରେ

ସ୍ୱାଗତ କରିବି ହୃଦୟ କମଳରେ

ମୋ ଘରେ ସୁନା ରୁପା ବାସନ ତ ନାହିଁ

ଅଫୁଟା କଦଳୀ ପତ୍ର ପକାଇ

ବାଢି ଦେବୀ ଭୋଜି ଭାତ ମୁଠାଏ

ସବରୀର ସ୍ନେହ ବୋଳା

ଅଇଁଠା କୋଳି ତ ଖାଇଥିଲ

ଗ୍ରହଣ କରିନେବ ବଡ଼ଠାକୁରେ

ଯାହା ଅଛି ଦେବି ଶ୍ରଦ୍ଧାରେ।

ମୁଁ ସୌଭାଗ୍ୟବାନ ହେବି, ତୁମେ

ଖାଇବ ମୋ ହାତରୁ,

ଆଖି ମୋର ଧନ୍ୟ ହୋଇଯିବ

ତୁମ କଳାବଦନର ଦର୍ଶନରେ।

କିଛି ମୁହୂର୍ତ୍ତର ବିଶ୍ରାମ ମୋ ଘରେ

ପୁଣି ପାଛୋଟି ନେଇଯିବି

ତୁମ ସେ ନନ୍ଦିଘୋଷ ରଥକୁ

କେତେ ଭକ୍ତ ଅପେକ୍ଷା କରିଥିବେ

ତୁମ ରଥ ଦଉଡିକୁ ଟାଣିବାକୁ

ମୁରବି ପଣିଆର ସ୍ମିତହାସ୍ୟଟିଏ

ଭରିଥିବ ତୁମ ରଙ୍ଗଭରା ଅଧରରେ।

ପ୍ରକାଶ ସାହୂ

ଆନ୍ଧ୍ରପ୍ରଦେଶ,ବିଶାଖାପାଟଣା


Rate this content
Log in