Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Children Inspirational

5.0  

Lalatendu Kabi

Children Inspirational

ରଜ ଅଛି ଆସ ଫେରି

ରଜ ଅଛି ଆସ ଫେରି

1 min
13K


ରଜ ଅଛି ଆସ ଫେରି

ମୁଁ କି ଜାଣିଥିଲି ଏଠି ଅଛ ବୋଲି

ସାନ୍ତା କ୍ଲଜ୍‌  ଗୋଟିଏ ହେଇ;

ମୋ ଉପରେ ରୁଷି ଦିନରେ ନ ଆସି

ଶୋଇଲେ ଦିଅ କଣ୍ଢେଇ ||  -

କି ଲାଗି ମୋ ବାପା ହେଲ କହ ଖପା

ମୁଁ କି ହେଲି ଅମାନିଆଁ |

ଯେବେ ଅଜାଣତେ ହେଇଥିବି ମୋତେ 

କରି ଦିଅ ଥରେ କ୍ଷମା ||   -

ଚେତା କି ସପନେ ଭାଳିବିନି ମନେ

ପାଳିବି ଜନମ ଦିନ;

ଫେରି ଆସ  ବାପା ଆଉ କିଆଁ ଖପା

ନଥାଉ ଆମର ଧନ ||  -

କହିଲେନି କେହି ଏଇଠାରେ ଥାଇ

ମୋ ପରେ କରିଛ ରାଗ;

ମାଆ ବି କହିଲା ହେଲେ ଭଲ ପିଲା

କରିବ ଆସି ସରାଗ ||  -

ମାନୁଛି ମୁଁ କଥା ଯାଉନି ଅଯଥା

ଖରା ବରଷାରେ  ବୁଲି;

ଅଳି ଅରଦଳି ନାହିଁ ଆଗ ଭଳି  

ତୁମେ  ବାହୁଡ଼ିବ ବୋଲି  ||  -

ମାଆ ଅଛି ଏକା ହେବ କାଳେ ଥକା,

ବାସନ ମୋ ଦିଏ ମାଜି;

ତୁମ ଖାତା ବହି ଦେବି ମୁଁ ସଜାଇ

ଲେଉଟି ଆସିବ ଆଜି ||  -୬

ପୋଛି ତୁମ  ଜୋତା ଆଣି ଦେବି ଛତା

ଘରୁ ବାହାରିବା ବେଳେ;

ଏବେ ବାପା ଆଉ ରାଗ ରୋଷ ଥାଉ,

ଫେରୁଥିବ ସଞ୍ଜ ହେଲେ ||-୭

ଆସୁଅଛି ରଜ ସାଙ୍ଗ ସାଥୀ ସଜ

ଖାଇବେ ସେ ପିଠା ପଣା,

ମୋତେ  ଲୋଡ଼ା ନାହିଁ; ଦେବି ବାପା ଖାଇ

ଶାଗ ଭାତ ବଡ଼ି ଛଣା ||-

ତୁମ କୁନି ପୁଅ ପଚାରୁଛି କୁହ

ଆଉ କି ପାରିବି କରି;

ଆଜି ଥାଉଁ ଦିନ , ଛୋଟ କଥା ମାନ,

ରଜ ଅଛି ଆସ ଫେରି ||  -


Rate this content
Log in

Similar oriya poem from Children