Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ନିଜ ଝିଅ ଭଳି ଦେଖିବୁ ବୋହୂକୁ

ନିଜ ଝିଅ ଭଳି ଦେଖିବୁ ବୋହୂକୁ

1 min
6.8K


ନିଜ ଝିଅ ଭଳି ଦେଖିବୁ ବୋହୂକୁ

 

ପର୍ଶୁରାମ ବିଶ୍ୱାଳ

 

ଯେତେ ବୁଝେଇଲେ ବୁଝୁନିରେ ଜଗା ମୋ ଘରେ ଘରଣୀ ମୋର

ଜିରାରୁ ସିରା ସେ ବାହାର କରୁଛି, ଉଚ୍ଛନ୍ନ ମୋ ପରିବାର

ଭିଡ଼ ସେ ନୁହଇଁ କୋଉ କଥା ପାଇଁ

ଖାଲି ବାଛିବାଟା ସାର ।

 

ତା’ ପାଇଁ ବହୁଚି ନିତି ମୋର ଘରେ ବାତ୍ୟା ଅନେଶ୍ୱତ ପରି

ତା’ର ଆଚରଣ ଦେଖି ହସୁଛନ୍ତି ମୋର ଏ ଭାଇ ଭଗାରି

ଛଟପଟ ହୁଏ ଜୀବନଟା ଖାଲି

ଶାନ୍ତି ସରଗଠୁ ଦୂର ।  

 

ନିଜର ଆଖିକି ଆଙ୍ଗୁଳି ଯାଉନି, ବାଛେ ବୋହୂ ଦୋଷ ଗୁଣ

ଆଜି ରାଗ ହେଇଗଲା ତରକାରି, କାଲି ବେଶୀ ହେଲା ଲୁଣ

ଘର ଓଳେଇଲା, ଅଳିଆ ରହିଲା

ତାଗିଦ ସେ ବାରବାର ।

 

ନିଜ ଝିଅ ଭଳି ଦେଖିବୁ ବୋହୂକୁ, ଏଇ କଥା କହି କହି

ଚନ୍ଦା ହେଇଗଲି ସତରେ ଠାକୁର, ବୁଝିବାର ନାଆଁ ନାହିଁ

ତିଳକୁ ସେ ତାଳ କରୁଅଛି ନିତି

ସୀମା ଡିଏଁ ସହିବାର ।

 

ଭଲରେ ରହିଲେ ବୋହୂଟି କାହାର ପରିବାର ହୁଏ ସ୍ୱର୍ଗ

ବୁଝିଛି ବୋଲି ମୁଁ ଏ କଥା କହୁଛି ଶୁଣିବୁ ହେ ମହାଭାଗ

ବଦଳାଇଦବୁ ଭାରିଜାକୁ ମୋର

ହସିବ ମୋହରି ଘର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in