ଜୀବନ ଗୀତା- ୧୫୬
ଜୀବନ ଗୀତା- ୧୫୬
1 min
13.5K
ଜୀବନ ଗୀତା- ୧୫୬
ଜୀବନ ନୁହେଁ ହିସାବର ଫର୍ଦ୍ଦ
କେତେ ଦେଲ କେତେ ନେଲ
ନିଇତି ହେଉଥିବ ଲିପିବଦ୍ଧ ॥୦॥
ସେନେହଁ ମମତା ହୁଏନାହିଁ ମପା
ବିନା ସର୍ତ୍ତେ ଦେଉଥାଏ
ନିତି ଯେ ଅଜାଡି
ସବୁଠାରୁ ଧନୀ ସିଏ
ନାହିଁ କେ ତା' ସରି
ଟଙ୍କା ଦେଇ ମିଳେନାହିଁ
କେଉଁଠି ଖୋଜିଲେବି ମୂଲ୍ୟବୋଧ ॥୧॥
ଆଦର ସମ୍ମାନ ଦୁଇଗୋଟି ଧନ
ମିଳୁଥାଏ ଯାହା ଭାଗ୍ୟେ
ସେ ତ ଭାଗ୍ୟବାନ
ଯଥାଯୋଗ୍ୟ ମାନ୍ୟ ପାଏ
ଗୁରୁ ଗୁରୁଜନ
ଭକ୍ତିଭାବର ଅଭାବ
ବଢାଇ ଦିଏ ସିନା ଅପରାଧ ॥୨॥