Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Others

0.8  

Akshayakumar Dash

Others

ମଗୁଶୁରକୁ ଆସୁନ ବୁଲି

ମଗୁଶୁରକୁ ଆସୁନ ବୁଲି

1 min
7.3K


ସାଙ୍ଗ ପାଖକୁ ଲେଖୁଛି ଚିଠି,

ତୁମ ସହିିତ ଆମର ମିଟି।

ମଗୁୁୁଶୁରକୁ ନଯିବ ଭୁଲି

ଆମ ଗାଁ କୁ ଆସିବ ବୁଲି ।

ମାଣବସାରେ ଆମ ଗାଁ ମାଟି,

ଝୋଟିଚିତାରେଘରକୁ ଛାଟିl

ମାଣକୁ ନୂଆ ଧାନରେ ଭରି,

ଲକ୍ଷ୍ମୀକୁ ମାଆମାଉସୀ ବରି।

ଠାକୁର ଘରେ ଖଟୁୁୁଲିି ଥୋଇ,

ଘରବାହାର ଜଳରେ ଧୋଇ।

ପାଟଲୁଗା ରେ ଘୋଡେ଼ଇ ମାଣ,

ସିନ୍ଦୁର ଦୂୂବ ଫୁୁଲକୁ ଆଣ।

ଗୁଆ କୋଉଡି ରଖନ୍ତି ଆଣି ,

ଛିଚିଦିଅନ୍ତି ଗଙ୍ଗା ଙ୍କ ପାଣି।

ଗୁଗୁଳ ଝୁଣା ଦୀପ ରେ ଘିିଅ,

ପୂଜାରେ ବସି ବୋହୂ ଓ ଝିଅ।

ବନ୍ଦେଇ ଦେଇ ବଜାଇ ଶଙ୍ଖ,

ହୁଳାହୁଳି ରେ ହୁଅନ୍ତି ରଙ୍କ।

ପିଠା ପଣାରେ ଉଛୁଳେ ଘର ,

ଲଭନ୍ତି ବସି ମାଆ ଠୁ ବର।

ଯିବନି ତୁମ ମିତ କୁ ଭୁଲି,

ଆସିିବ ମଗୁଶୁରକୁ ବୁଲି।


Rate this content
Log in