ପଥ ଭ୍ରଷ୍ଟ
ପଥ ଭ୍ରଷ୍ଟ
ପଥ ଭ୍ରଷ୍ଟ
ଜୀବନର ରଥ ହୁଏ ଅତିକ୍ରାନ୍ତ
ସମୟର ସ୍ରୋତ
ସାରଥି ସଜାଇ ଛଳନା,
ବନ୍ଧୁ ପରିଜନ ଆତ୍ମୀୟ ସ୍ୱଜନ
କେବଳ କାମନା –ବାସନା।
ସତ୍ୟ ଧର୍ମ ଭୁଲି
ଯାଏ ଦୂରେ ଦୂରେ ଚାଲି
ପ୍ରାଚୁର୍ଯ୍ୟ କୁ ରଖି ଲକ୍ଷ୍ୟ,
ମିତ୍ର ରାଗ,ହିଂସା ଦ୍ୱେଷ
ହୃଦୟକୁ କରି ଧ୍ୱଂସ
ମରୁପଥେ କରେ ସୃଷ୍ଟି ନିଜର କକ୍ଷ।
ଇନ୍ଦି୍ରୟ ସୁଖ ପାଇଁ
କ୍ଷଣିକ ଖୁସି ପାଇଁ
ପାଲଟେ ସଦା ମୁଁ ଆଦିମ ମାନବ,
ରକ୍ତରେ ଖେଳେ ହୋଲି
ପୂର୍ବଜଙ୍କୁ ଦେଇ ଗାଳି
ହୀନତା ମଣି ଅତିବ ଗୋ÷ରବ।
ଭୁଲିଛି ମାତା-ପିତାଙ୍କ ସମ୍ମାନ
ଭୁଲିଛି ବିଭୁ ନାମ ଗୁଣ ଗାନ
କ୍ଷଣିକ ଜୀବନ ମଣେ ଅସରନ୍ତି ସମ,
ସତ୍ୟକୁ ଚକ୍ଷୁ ଠାର ମାରି
ରାବଣକୁ ମନେ ଧରି
ସୀତା ଅପହୃତ କରେ ମୁଖେ ଭଜି ରାମ ରାମ।
ଘୃଣ୍ୟ ମଣେ ଦୟା, ଧର୍ମ, ପ୍ରୀତି
କରିନାହିଁ ଭକ୍ତି କୁ ମୁଁ ସାଥି
ପାଦ ତଳ ଭୂମି ଦେଇଛି ସ୍ୱାର୍ଥରେ ହଜାଇ,
ଭଗ୍ନ ଆଜି ପୂଣ୍ୟର ଉଆସ
ପାନ କରେ ହଳାହଳ ବିଷ
ମୁକ୍ତାକାଶ ତଳେ ରହିଛି ଦୂର ଦିଗ୍ବଳୟେ ଚାହିଁ।
ବାର୍ଦ୍ଧକ୍ୟର ଆଗମନେ
ମୃତୁ୍ୟ ଆସେ ଆଜି ସ୍ୱପ୍ନେ
ହଜିଯାଏ ଅବିରତ ବାଜୁଥିବା ବଂଶୀସ୍ୱନ,
ଚକ୍ଷୁ ଯେବେ ହୁଏ ମୁଦି୍ରତ
ତାଣ୍ଡବ କରେ ଧୃବସତ୍ୟ
ଲାଗେ, ଲାଗେ ଆଜି
ଘୃଣ୍ୟ ମୁଁ, ଘୃଣ୍ୟ ମୋ ଏହି ଜୀବନ।