Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଦ୍ୟ ଗୁରୁ
ଆଦ୍ୟ ଗୁରୁ
★★★★★

© Er Sachidananda Barik

Inspirational

2 Minutes   13.8K    8


Content Ranking

ଭୂମିଷ୍ଠ ହେଲା ପରେ ..
ପରିବାର ହିଁ ପ୍ରଥମ ଶିକ୍ଷାଳୟ ଆଉ ବାପା ମାଆ ପ୍ରଥମ ଗୁରୁ

ବୋଧେ ମାଆ ହିଁ ପ୍ରଥମେ ଚିହ୍ନେଇଥିଲେ ଏ ଦୁନିଆକୁ
ଶିଖେଇ ଥିଲେ କଥା କହିବାକୁ
କେବଳ ତା ପାଇଁ
ଦୋରୋଟି କଣ୍ଠରେ
ଧରି ପାରିଥିଲି ମା ଆଉ ବାପା ରାହା
ବୋଧେ ସେ ହିଁ ପ୍ରଥମ ମଣିଷ
ମୋ କଣ୍ଠରେ ଅସ୍ପଷ୍ଟ ଉଚ୍ଚାରଣ ଶୁଣି
ନିଜେ ଖୁସିରେ ଆତ୍ମହରା ହୋଇ ଉଛୁଳିଥିଲେ
ଉଛୁଳିଥିଲା ସାରା ପରିବାର

ଖୁସିରେ ଗଦଗଦ ହୋଇ ମୋତେ ଧରି
କହି ଯାଇଥିଲେ କେତେ କଥା
ଭଗବାନଙ୍କ ନିକଟେ ଶୁଭ ମନାସି
ଭବିଷ୍ୟତ ପାଇଁ ରଖିଥିଲେ କେତେ ମାନସିକ
ଦାନ୍ତ ଉଠି ନଥିବା ପାଟିରେ
ଅସ୍ପଷ୍ଟ ରାହା ଶୁଣିବାକୁ କରୁଥିଲେ କେତେ ପ୍ରୟାସ
ନିଜେ ହସିଥିଲା ହସେଇଥିଲା
ମାଆ ବାପା ଡାକ ଶୁଣି ପତଳା କଣ୍ଠରେ
ଖୁସିରେ ଆତ୍ମହରା ହେଉଥିଲା ବାରମ୍ବାର

ବାପା ବି କିଛି କମ ନଥିଲେ
ତାଙ୍କ ଆଖିରୁ ଝରୁଥିଲା ଆନନ୍ଦାଶୃ
ଠିଆ ହୋଇ ଦେଖୁଥିଲେ ଆଗାମୀ କାଲିର ଭବିଷ୍ୟତକୁ
ପାଖରେ ଥାଇ ଉପଭୋଗ କରୁଥିଲେ
ମା ଆଉ ଛୁଆ ଭିତରର ଅନାବିଳ ସ୍ନେହ ଆଉ ପ୍ରେମକୁ
ନିଜେ ବି ସାମିଲ କରୁଥିଲେ
କେତେକଣ ମାନସିକ କରି ସାରିଥିଲେ ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ
ଆଗାମୀ କାଲିର ଏ କଢିକୁ ସୁରକ୍ଷିତ ରଖିବାକୁ

ମାଆ ମୋର ଘରକୁ ଯିଏ ଆସୁଥିଲେ
ଗଦଗଦ ହୋଇ ଶୁଣଉଥିଲା
ମୋ ପାଇଁ ହଇରାଣ ହରକତ ଆଉ କୁନି ଚଗଲାମୀ ସବୁ

କେତେବେଳେ ମିଛିମିଛିକା ରାଗୁଥିଲା
ଆଉ କେତେବେଳେ ହସି ହସି ଶୁଣାଉଥିଲା ମୋ ଦୁଷ୍ଟାମୀ ସବୁ

କଥା କହି ଶିଖିବା ପରଠାରୁ
ସବୁ କାମ ଭୁଲି ଦୁହେଁ ଲାଗି ଯାଇଥିଲେ ପଛରେ
ଦୁନିଆକୁ ଚିହ୍ନେଇବାରେ
ମୋର ପ୍ରତିଟି ବାଚଳାମିକୁ ଉପୋଭୋଗ କରିବାରେ

ଦିନ ଆଉ ରାତି ହେଉଥିଲା ମୋ ପାଇଁ
ସବୁ ହସ ଖୁସି ମୋ ପାଇଁ
ଅଜାଚିତ ସ୍ନେହ ସବୁ ମୋ ପାଇଁ
ମୋ ଟିକିଏ ଅଝଟରେ ସେମାନେ ଅସ୍ତବ୍ୟସ୍ତ ହେଇ ଯାଉଥିଲେ
ସେମାନେ ବି ଛୁଆ ହେଉଥିଲେ ମୋ ପାଇଁ

ହେତୁ ଜ୍ଞାନ ପାଇଲା ପରେ
ବିଦ୍ୟାଳୟ ମାଟି ମାଡିବା ପୂର୍ବରୁ
ଶିଖେଇବାରେ ନିଜ ସମୟ ସବୁକୁ ସାରୁଥିଲେ
ଭୁଲ ଠିକ ,ଶିଷ୍ଟାଚାର,ବଡ ଲୋକଙ୍କୁ ସମ୍ମାନ, ଅ ଆ କ ଖ ଆଉ କାହାକୁ କଣ' କହିବା
ବୁଝାଉଥିଲେ ନାନା ଉପାୟରେ
କେତେବେଳେ କଥାରେ କେତେବେଳେ ଗପରେ
କେତେବେଳେ ଆକାଶ ଆଉ କେତେବେଳେ ଅଭିନୟରେ

ଏ ଯାଏଁ ମୋର ପ୍ରତିଟି କାମରେ
ସେମାନେ ଅଛନ୍ତି ମୋ ପଛରେ
ଶିଖେଇଛନ୍ତି ସାମାଜିକ ଶୃଙ୍ଖଳ ଆଉ
ଚିହ୍ନଉଛନ୍ତି ଏବେ ବି ମଣିଷ
ମୁଁ ଏତେ ବଡ ହେଲା ପରେ

ଆଉ କଣ' ଲେଖିବି
ସବୁ ଦିନ ତ ଗୋଟିଏ କବିତା
ତାଙ୍କ ପାଇଁ ମୋ ଜୀବନରେ

ଆଦ୍ୟ ଗୁରୁ

Rate the content


Originality
Flow
Language
Cover design

Comments

Post


Some text some message..