Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୭୭

ଜୀବନ ଗୀତା-୧୭୭

1 min
6.6K


ଜୀବନେ ଜୁଆର ଭଟ୍ଟା
ସଦାବେଳେ ଲାଗି ରହିଛି
ଉଠିବାରେ ପଡିବାରେ
ଜୀବନର ଆନନ୍ଦ ଅଛି ॥୦॥
 
ତରଙ୍ଗ ବିହୀନ ସାଗର କି କେବେ
ଦିଶନ୍ତା ଏତେ ସୁନ୍ଦର
ବିଷାଦ ନଥିଲେ ଆନନ୍ଦ ମଜା
ବୁଝନ୍ତା ନାହିଁ ଅନ୍ତର
ଜୀବନର ଯୁଦ୍ଧ ଜିତି
ମନ ସିନା ଖୁସି ହେଉଛି ॥୧॥
 
ପିପାସା ନଥିଲେ ପାଣିର ମୂଲ କି
ବୁଝନ୍ତା କେବେ ମଣିଷ
ଭୋକରେ ନଥିଲେ ଅମୃତ ମଣୋହି
ଲାଗେ ସତେ ଅବା ବିଷ
ସୁଖ ଦୁଃଖ ହସ କାନ୍ଦ
ଜୀବନକୁ ଘେରି ରହିଛି ॥୨॥


Rate this content
Log in