Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଗରିବ ଏକ ନମ୍ବର

ଗରିବ ଏକ ନମ୍ବର

1 min
6.6K


ଗରିବ ଏକ ନମ୍ବର

 

ପର୍ଶୁରାମ ବିଶ୍ୱାଳ

 

କାନ୍ଦୁଚିରେ ଜଗା ଉତ୍କଳ ଜନନୀ, ବହୁଚି ଲୋତକଧାର

ଦେଶ ସ୍ୱାଧୀନତା ଅଡ଼ଷଠି ପରେ ଭାବି ପୁଅ କଥା ତା’ର

ପାଞ୍ଚ-ସାତ ନୁହେଁ ତା ସନ୍ତାନ ଆଜି

ଗରିବ ଏକ ନମ୍ବର ।

 

ଏ ଓଡ଼ିଆ ପୁଅ କାମ କରିବାକୁ ବଳାଉନାହିଁ ତା ମନ

ଅକର୍ମାଟି ଭୂମି ନିନ୍ଦା କରେ ପ୍ରଭୁ, ଆଜି ସିଏ ତା ସମାନ

ଚାକିରି ପଛରେ ଗୋଡ଼େଇଚି ନିତି

ବିଲବାଡ଼ି କରି ପର ।

 

ପର ଲାଞ୍ଜ ଧରି ସିଏ ବଡ଼ ହବ, ନାହିଁ ସ୍ୱାଧୀନ ଭାବନା

ପରଖିଆ ମାଗିଖିଆକୁ ପସନ୍ଦ, ଅଜାଗା ଘାଆ ଏ ସିନା

ଲୋକେ ସେ ବୋଲିବେ କଅଣକୁ ଡରି

ହିନସ୍ତା ହବାଟି ସାର ।

 

କହିଦେ’ରେ ଜଗା ଆମ ସରକାର କରୁ ସେ ତା ଯୁବ-ନୀତି

ସଚେତନତାର ବାର୍ତ୍ତା ଲୋଡ଼ା ଆଜି, ଯାଉ ସେ ଚାକିରି ପ୍ରୀତି

ହାତ ପାଇଟିକି ଘୃଣା ସେ ନକରୁ

ସବୁକାମରେ ଆଦର ।

 

କହିଦେ ବୁଝେଇ ଏ ଯୁବସମାଜ କାମେ ଛୋଟବଡ଼ ନାହିଁ

ହାତ ଥିଲେ ଭାତ ସବୁଠି ମିଳିବ, ବୃଥା ସେ ନହେଉ ବାଇ

ତା ଘରସଂସାର ହସିବରେ ନିଶ୍ଚେ

ହସିବ ଉତ୍କଳ ଭୂଇଁ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in