ଜୀବନ ଗୀତା-୯୩
ଜୀବନ ଗୀତା-୯୩
1 min
6.5K
ଜୀବନ ଗୀତା-୯୩
ଜୀବନର ପ୍ରବାହରେ
ମୁଁ ଯେ କୁଟା ଖିଏ
ସମୟ ଚକ୍ରରେ ଘୂରି
ଭାସି ଯାଉଥାଏ ॥୦॥
ନିଜର ଅସ୍ତିତ୍ୱ ଖୋଜି ପାଉନାହିଁ ମୁହିଁ
ଅନ୍ୟକୁ ସାହାରା ଦେବା ଭାବିବିବା କାହିଁ
ସୁଖ ଦୁଃଖ ସ୍ନେହଁ ପ୍ରେମ
ଜୀବନକୁ ଛୁଇଁ ପୁଣି
ଫେରି ଯାଉଥାଏ ॥୧॥
ଜୀବନ ଧୂସର ଏଠି ବିବର୍ଣ୍ଣ ପୃଥିବୀ
ତଥାପି ମଣିଷ ଗାଏ ପ୍ରେମର ପୂରବୀ
ପାପ ପୂଣ୍ୟ ସ୍ୱର୍ଗ ନର୍କ
ହିସାବ କରିବା ପାଇଁ
ସମୟ ନଥାଏ ॥୨॥