ଗାଁ ଅଟେ ଆମରି ଜୀବନ
ଗାଁ ଅଟେ ଆମରି ଜୀବନ
ସେହି ଆମ ଗାଁ
ଯେଉଁଠି ଝାଟିମାଟି କାନ୍ଥରେ
ମୋ ଷଠିଘରର କଉଡି
ଝକମକ୍ ଦିଶେ.......
କାଉ ଆସି କା କା
କହିବା ଆଗରୁ ନିତ୍ୟକ୍ରମ ସରିଥାଏ....
ବଉଳା ଛାଡେ ହମ୍ବା ରଡି
ସଅଳ ବଡବୋଉ ବାଛୁରି ଫିଟାଏ.....
ରସ ଥାଳିରେ ଥାଳିଏ
ଚିନି ପଡି ନଥିବା ନାଲି ଚା.......
ପହଁରୁଥିବା ସେଥିରେ ଖୁଦ ଭଜା
ପେଟକୁ ଚାଲିଯାଏ ଆପେ ଆପେ.....
ଯୋଚା ହୁଅନ୍ତି ଜୁଆଳିରେ
କାଳିଆ କସରା......
ବେଗି ବେଗି ସଉରିଆ ଲଙ୍ଗଳ ବୁଲାଏ...
ନଛୁଉଁଣୁ ଖରା ମଥାନକୁ
ହଳ ସରିଯାଏ......
ପୋଖରିରେ ପଦ୍ମଫୁଲ
ଚାହିଁଥାଏ ମତେ
ତା ପାଖୁଡା ମେଲିକି......
ଲୁଚକାଳି ଖେଳନ୍ତି ଚେଙ୍ଗ ଓ ଗଡିଶ
ସହଜରେ ଧରାଦିଏ କାମୁଡା କଙ୍କଡା...
ସେହି ଚାବୁ ଚାବୁ ଗୋଳିଆ ପାଣିରେ...
ଅବଧାନେ ଚାଟଶାଳୀ ଲହଲହ ବେତ
ଫଟା ପେଣ୍ଟ ବୋତାମ ନଥିବା ଜାମା
ଗୋଟା ପଟକୁ ଫାଳେ ନିଶ ହେଇଥିବା ସିଂଗାଣି
ଭାରି ଡେରି ଡରି ଲାଗେ
ବେଳ ଲଉଟେନା.....
ତାସ ଖେଳେ ମାଇଚିଆ ଚତୁରା
ଛାତିରେ ପକେଇ ଗାମୁଛା
ପିନ୍ଧି ପୁଣି ମୁହଁମରା ଲୁଙ୍ଗି.....
ମୁହଁ ମୋଡେ ବାରବାର
ହାରିଗଲା ବେଳେ......
ଝିଅ ବିଦାବେଳେ
ବାହୁନାରେ ଗାଁ ଫାଟେ
ବାହୁନେବି ଗଛପତ୍ର
ହାଁ କୁ ଧୋବଲ ଡାକ ନନିଭିବା ଯାଏ
ଅହ୍ୟ ଡେଙ୍ଗୁରାରେ ବିଦାହୁଏ
ଅହ୍ୟ ରାଣୀ ....
ବିଞ୍ଚି ଖଇ କଉଡି ପଇସା
ଗାଁ ମଝିଦାଣ୍ଡଟାରେ....
ବାରମାସେ ତେର ଯାତ
ସିଏ ଦେଖିଥାଏ
ଦେଖିଥାଏ ନିଦାଘ ଖରାବେଳ ଅବା ଘୋର ନଇବଢୀ
ହାଡଥରା ଶୀତ ମାତେ......
ଖୋଜେ ହେଂସ କନ୍ଥା କି କତରା
ଆମ୍ବ ତୋଟାରେ ବାଗୁଡି
ବୁଢାରୁ ପିଲାଯାଏ ଏକାକାର କରେ....
ନଇ ପହଁରା ଗଛ ଚଢା
ମାଛ ଧରା କି ଖପରାଡିଆଁ
ଠାକୁରାଣି ମାଜଣା ହୁଏ ବାରିକାଣୀ ହାତେ
ବିଲୁଆର ହୁକେ ହୋ
ସଂଜ ଦ୍ୱୀପ ମନ୍ଦିରର ଘଣ୍ଟି ଶବଦରେ
ରାତି ଆସିଯାଏ.......
ଆକାଶରେ ଚାନ୍ଦ ହସେ
ଆମ୍ବତୋଟା ଆଢୁଆଳେ.....
ପୁଅମାନେ ଝିଅ ହୋଇ ନାଚନ୍ତି ଯେଉଁଠି
ସେହି ଆମ ଗାଁ ଯାତରାରେ
ଗାଁକୁ ଆସିଲେ ସତେକି ପବନ
ବାସେ ଚନ୍ଦନ ଚନ୍ଦନ......
ଖାଲ ଢିପ ଗାଁ ରାସ୍ତା ସରଗ ସମାନ
ସେହି ଅଟେ ଆମରି ଜୀବନ
ଗାଁ ଅଟେ ଆମରି ଜୀବନ......
Pratap Nayak
7008054282