Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଭାବିଲେ ଲାଗେ ଅଜବ

ଭାବିଲେ ଲାଗେ ଅଜବ

1 min
207


ହେ ଈଶ୍ୱର,ତୁମେ ଦେଖିଛ କି କେବେ
ପାଷାଣ ଆଖିରେ ଲୁହ ?
ଅନୁଭବିଛ କି ଦୁର୍ଗମ ଗିରିର
ଅନ୍ତର୍ଭେଦୀ ସୁପ୍ତ କୋହ ??

ଭାବି କି ପାରିଛ ଭାବ ଅଭାବରେ
ପଥର ବି କଥା କହେ ।
ପଥରକୁ ଯେବେ ନିର୍ଜୀବ ଭାବିବ
ଜାଣି ସେ ନୀରବ ରୁହେ ।

ଭକ୍ତି ଭାବନାରେ ଏକାଗ୍ର ନିଷ୍ଠାରେ
ଡାକୁଛି ଵିନମ୍ର ହୋଇ ।
ମୋ'ଆଖିରୁ ଲୁହ ଝରୁନାହିଁ ବୋଲି
ରହିଛ ମଉନ ହୋଇ ।

ମଣିଷ ପଣିଆ ମଶାଣିରେ ଥୋଇ
ପଡିଛି ପାଷାଣ ପରି ।
ଭାବୁଛ କେମିତି ଗଡି ବହି ଯିବ
ନୟନୁ ଲୋତକ ଝରି !

ଦୁଃଖୀର ଦରଦ ଆଖିର ଲୁହରେ
ମାପି କ'ଣ କେବେ ହୁଏ ?
ଲୁହର ଢେଉ ତ ବିଶାଳ ଜୁଆର
ହୃଦୟରୁ କଳି ହୁଏ ।

ତୁମରି ଇଚ୍ଛାରେ ଜନମି ଥିଲି ମୁଁ
ମଣିଷର ରୂପ ନେଇ ।
ବ୍ୟଙ୍ଗ ବହୁଳ ଏ ଦୁର୍ବାର ଦୁନିଆଁ
ପାଷାଣ ଦେଲା ସଜେଇ ।

ପାଷାଣୀ ଅହଲ୍ୟା ତୁମ ଅଭିଳାଷେ
ମଣିଷର ମର୍ଯ୍ୟାଦାରେ ।
ସଂଜ୍ଞାରେ ପ୍ରଜ୍ଞାରେ ଅଭିଷିକ୍ତ ହେଲା
ଦିବ୍ୟ ଚରିତ୍ର ରୂପରେ ।

ପାଷାଣ ହୋଇ ସେ ନାରୀତ୍ବ ପାଇଲା
ତୁମ ପୁଣ୍ୟ ପରଶରେ ।
ଅହଲ୍ୟା ନାମରେ ପରିଚୟ ପାଇ
ବଞ୍ଚିଲା ବୈକୁଣ୍ଠ ସୁରେ ।

ମଣିଷ ହୋଇ ବି ପାଷାଣ ପାଲଟି
ବଞ୍ଚୁ ବଞ୍ଚୁ ମୁଁ ମରୁଛି ।
ମୋ'ପାଇଁ କାହିଁକି ନିର୍ବାକ ନିଷ୍କ୍ରିୟ
ଭାବି ପାରୁନି ମୁଁ କିଛି ।

ଜାଣି ମୁଁ ପାରୁଛି ବୁଝି ବି ସାରିଛି
ମିଛ ପଣରେ ମୁଁ ବ୍ୟାପ୍ତ ।
ପାପ ପଂକିଳତା ଛଳନା କ୍ରୁରତା
ହୀନ ସ୍ୱାର୍ଥରେ ମୁଁ ଲିପ୍ତ ।

ମୋ' ସଂକୀର୍ଣ୍ଣ ପଣ ପ୍ରମୁଖ କାରଣ
ତୁମକୁ ଦୂରେଇ ଦେଲା ।
ମଣିଷ ହୋଇ ବି ଅମଣିଷ ପଣ
ପାଷାଣ ସଜେଇ ଦେଲା ।

ଈଶ୍ୱରଙ୍କ ଅଂଶ ଶ୍ରେଷ୍ଠ ଏ ମଣିଷ
ଜୀବ ଜଗତେ ଦୁର୍ଲଭ ।
ତଥାପି କାହିଁକି ସଂକୀର୍ଣ୍ଣ ତା'ଆଖି
ଭାବିଲେ ଲାଗେ ଅଜବ ।

ପାଷାଣ ହୋଇ ମୁଁ ପ୍ରାର୍ଥନା କରୁଛି
ସୁପ୍ତ ଲୁହକୁ ଝରାଇ ।
ନିଃସ୍ୱାର୍ଥ ଜୀବନ ଦିଅ ହେ ବିଶ୍ବାତ୍ମା
ଆନ କିଛି ମାଗୁନାହିଁ ।


Rate this content
Log in