Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

1 min
103


ଏ ମନ—ଭାବିଚୁ କି ଯିବୁ ବୋଲି ପୁରୀରେ

ବେଳ କାଳ ଏବେ ଅଛି

ଯିବୁ ଯଦି ଯାଆ ରେ

ସରିଗଲେ ବେଳକାଳ କରୁଥିବୁ ଆଁ ରେ ।

ଦାରୁଣ ସମୟ ବଳ ବଡ ପ୍ରଖରରେ

କେତେବେଳେ କେଉଁ କଥା

ଆସିଯିବ ଆଣ୍ଠୁ ବଥା

ଚାଲିବାକୁ ବଡଦାଣ୍ଡେ ବଳ ନଥିବ ରେ ।

ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

ଶରୀର ସବଳ ଅଛି

ହାତ ଗୋଡ଼ ଚାଲୁଅଛି

ସମୟ ଅଳ୍ପ କେତେବେଳେ ଚାଲି ଯିବ ରେ ।

ଚକା ଆଖି ଦେଖିବାକୁ ଥକା ନଥିବ ରେ

ଯେତେବେଳେ ଚାହୁଁ ଥିବି

ତୋ ପାଖକୁ ଯାଉଥିବି

କାହା ଆଶ୍ରା ଲୋଡିବାକୁ ପଡିବ ନାହିଁ ରେ ।

ଏ ମନ ଭାବିଚୁ କି ଯିବୁ ବୋଲି ପୁରୀରେ

ଖରା ବର୍ଷା ଶୀତ ମାଡ

ବାର୍ଦ୍ଧକ୍ୟେ ଆସିବ ଝଡ

କାହାକୁ କହିଲେ କେବେ

ପାଖରେ କେହି ନଥିବେ

ସବୁ ଥାଇ କେହି ସମୟ ଦେବେ ନାହିଁ ରେ

ଏ ମନ ଭାବିଚୁ କି ଯିବୁ ବୋଲି ପୁରୀରେ ।


Rate this content
Log in