ଝରିଯିବାର ଥିଲା
ଝରିଯିବାର ଥିଲା
ସଂଘମିତ୍ରା ରଥ
ଝରିଯିବାର ଥିଲା ବୋଧେ
ତୁମେ ଛୁଇଁଦେଲ ,
ମନ୍ତ୍ରବୃତା ହୋଇଗଲି ମୁଁ
ଝରିଗଲି ଝରଣାଟିଏ ପରି ,
ଅନାବୃତ ହୋଇଗଲା ଆତ୍ମା
ସୂକ୍ଷ୍ନ ଯେତେ ବାହ୍ୟ ବେହରଣ ,
ଓହ୍ଲାଇ ରଖିଲି ।
ରାତିଏ ସ୍ଵପ୍ନ ପାଇଁ
ରାତି ନିଅଣ୍ଟ ପଡିଲା ,
ଯାତ୍ରା ଉପଲକ୍ଷେ ,
ପାଦ ଅଗ୍ରସର ହେଲା
ଭୋଗିଥିବା ସବୁ ମୁହୂର୍ତ୍ତ
ସାଥି ହୋଇଗଲେ
ଦୁର୍ଭେଦ୍ୟ ରାସ୍ତା ,
ଅତିକ୍ରମ ଯିବା ପାଇଁ
ସାହସ ମିଳିଗଲା ।
ତୁମେ ହାତ ଧରି ପଥ ଦେଖେଇଲ ,
ମୁଁ ଶବ୍ଦ ସବୁକୁ ମୁଠେଇ ଧରି ଚାଲିଲି
ଏଇ ଜହ୍ନରାତି ,
ସାଥୀ ହେଲା
ତୁମେ କହିଥିବା କଥାସବୁ ,
ଚୁପଚାପ୍ ,
ମୋ’ କାନରେ କହୁଥିଲା
ଝରିଯା’ , ଖୋଲିଯା’ ....
କିଛି ମୁହୂର୍ତ୍ତ ଗୋପନରେ ,
ନିଜପାଇଁ ବଞ୍ଚିଯା’ ....