Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Children Fantasy

3  

Sanjay Kumar

Children Fantasy

ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ

1 min
13.4K


ବୃକ୍ଷ ନିଏ ବିଷ କାରବନ,
ଆଉ ଦିଏ ଅମଳଜାନ ।
ମୋ ବାୟା ଧନ.. ରଖିଥା ମନ...

ନିମ୍ବ ବେଲ ତୁଳସୀ ଚନ୍ଦନ,
ଔଷଧ ପାଇଁ ଗଛର ଏ ଦାନ ।
ମୋ ବାୟା ଧନ.. ରଖିଥା ମନ...

ହ୍ରାସ କରେ ବିଶ୍ଵ ତାପନ,
କରି ଜଳ ଉତ୍ସେଦନ ।
ମୋ ବାୟା ଧନ.. ରଖିଥା ମନ...

ବାଟୋଇ ପାଇଁ
କରେ ଛାୟା ପ୍ରଦାନ,
ପୁଣି ପକ୍ଷୀ କରନ୍ତି ଅବସ୍ଥାନ ।
ମୋ ବାୟା ଧନ.. ରଖିଥା ମନ...

ବଗିଚାରେ ଶାନ୍ତ ହୁଏ ମନ,
ଫୁଲଟିଏ ଚିତ୍ତ ରଖେ ପ୍ରସନ୍ନ ।
ମୋ ବାୟା ଧନ.. ରଖିଥା ମନ...

ପତର ସୁସ୍ଥ ରଖେ ନୟନ,
ଫଳରୁ ମିଳେ ଭିଟାମିନ ।
ମୋ ବାୟା ଧନ.. ରଖିଥା ମନ...

ଖାଦ୍ୟ ବସ୍ତ୍ର ବାସସ୍ଥାନ,
ବସନ୍ତର ସୁଲୁସୁଲିଆ ପବନ ।
ମୋ ବାୟା ଧନ.. ରଖିଥା ମନ...

ବରଷା ହୁଏ ଆଗମନ,
ମୃତ୍ତିକା କ୍ଷୟକୁ କରେ ଦମନ ।
ମୋ ବାୟା ଧନ.. ରଖିଥା ମନ...

ନିଆଁ ଜାଳିଲ ଶୀତଦିନ,
ତା ଡାଳରେ
କେତେ ଯେ ଦୋଳି ଖେଳିନ ।
ମୋ ବାୟା ଧନ.. ରଖିଥା ମନ...

ନନ୍ଦିଘୋଷ ତାଳଧ୍ଵଜ ଦର୍ପଦଳନ,
ବଡ଼ ଦାଣ୍ଡେ କରନ୍ତି ଗମନ ।
ମୋ ବାୟା ଧନ.. ରଖିଥା ମନ...

ବୃକ୍ଷ ଆଜି କରେ ରୋଦନ,
ସ୍ଵାର୍ଥ ପାଇଁ କରନା ଛେଦନ ।
ମୋ ବାୟା ଧନ.. ରଖିଥା ମନ...

ବୃକ୍ଷ ଅଟଇ ଜୀବନ,
ସେନେହ ଦିଅ
ଭାବି ନିଜ ପିଲା ସମାନ ।
ମୋ ବାୟା ଧନ.. ରଖିଥା ମନ...


Rate this content
Log in

Similar oriya poem from Children