Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Kulangar

Comedy

3  

Dr Kulangar

Comedy

ପ୍ରେମହାଇକୁ

ପ୍ରେମହାଇକୁ

10 mins
6.7K


#ଦୁର୍ଘଟଣା

ବାରବାର ଦେଖିବାକୁ ଇଛାହେବାରୁ

ମନ ଶରୀରକୁ ଟାଣିନେଲା;

ବାରବାର ଦେଖାହେଲା ପରେ

ପ୍ରେମନାମକ ଦୁର୍ଘଟଣା ହେଲା!!

#ମିଛ

ମୁଁ କହିଲି ମିଛ

ସିଏ ବି କହିଲା ମିଛ;

ମିଛିମିଛିକା ସମ୍ପର୍କର ପାଣିରେ

ଖେଳିଲା ପ୍ରେମର ମାଛ!

#ପାଗଳ

ଦିହେଁ ଦିହିଁକି ନଦେଖିଲେ

ପାଗଳ ହୋଇଯାଉଥିଲୁ;

ମନ ନୁହେଁ ଦିହିଁଙ୍କର

ଦେହକୁ ଚାହୁଁଥିଲୁ!

#ଦୋଷ

ଆମର ନୁହେଁ

ଏହା ଇଶ୍ବରଙ୍କର ଦୋଷ;

ସିଏ ଦେଇଥିବା ପ୍ରେମ

ଆମ ହୃଦୟରୁ ହେଲା ଶେଷ!

#ବାହନ

ବର୍ଷ ବର୍ଷର ସମ୍ପର୍କ ପରେ

ମୋ ସହିତ ଯେଉଁ ଦିନ ବିଛେଦ ହେଲା,

ପ୍ରେମିକା ଠିକ୍ ତା ପରଦିନ

ବାଧ୍ୟ ହୋଇ ସ୍କୁଟିଟେ କିଣିଲା!

#ନିରସ

ମୁଁ ଗୋଟେ ନିହାତି ନିରସ ଲୋକ

ଦେଇଚି ନିଜକୁ ଧୋକା;

ପ୍ରେମିକାକୁ ପତ୍ନୀ କରିପାରଲିନି କି 

କରିପାରିଲିନି ପତ୍ନୀକି ପ୍ରେମିକା!

#ଘରଣୀ

ଯିଏ ପଡୋଶୀ ପରୁଷ ସହ ଗପେ

ସିଏ ପ୍ରେମିକା,

ଯିଏ ପଡୋଶୀ ମହିଳା ସହ ଗପେ

ସିଏ ଘରଣୀ ଏକା!

-ଡ.କୁଳାଙ୍ଗାର 

୯୩୩୮୫୮୧୩୦୯


Rate this content
Log in