Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2  

Bikesh Sahu

Others

କୃଷକଟିଏ

କୃଷକଟିଏ

1 min
134


ଅଭିନେତାଟିଏ ହେଲେ

ତାକୁ ଟିଭି ଦେଖାଏ

ଖବର ଛପାଏ

ଜଳଖିଆ ଠୁ ରାତି ଖାଇବା ଯାଏଁ

ସବୁଥିର ହିସାବ ରଖାଯାଏ ।

ନେତାଟିଏ ହେଲେ

ଆଖ ପାଖ ଉଠିଲେ ବସିଲେ

ସାଥେ ତାର ଚାମଚା ଗୋଡାଏ

ବସିଲେ ହାତ ପୋଛା ଲଗାଏ

ଉଠିଲେ କାନ୍ଧ ଦେଖାଇ ଦିଏ

ଚାଲିଲେ ରାସ୍ତା ସାଫ କରେ ।

ସୁନ୍ଦରୀଟିଏ ହେଲେ

ସାହୀ ଟୋକା ଠାରୁ ବୁଢା ଯାଏଁ

ସମସ୍ତେ ତାର ସାଥେ

ଭଲେ ମନ୍ଦେ ଛିଡା ହୁଅନ୍ତି ବଡ ଦମ୍ଭେ

ଉଠିବା ଠୁ ଶୋଇବା ଯାଏଁ

ଯିବା ଠୁ ଆସିବା ଯାଏଁ

ଦିନରାତି ଚୋବିଶ ଘଣ୍ଟା

ସମସ୍ତେ ଥାଆନ୍ତି ସେବାରେ ।

କର୍ମଚାରୀଟେ ହେଲେ

କେତେ ଯେ ଜୁହାର ମୁଣ୍ଡିଆ ପାଏ

ଦୋକାନରେ ମୁଫତ୍ ସଉଦା ମିଳେ

ଦସ୍ତଖତଟେ ରେ ପୁଳାଏ ପଇସା ନିଏ

ସରକାର ପୁଣି ବିଡାଏ ଦରମା ଦିଏ ।

ହେଲେ କୃଷକଟିଏ ହେଲେ

ଏଠି ପଚାରେ ବା କିଏ

ମଲା ନା ସେ ବଞ୍ଚିଲା

ଖାଇଲା ନା ସେ ଭୋକିଲା

ଲାଭ ହେଲା ନା ସେ ହାନି ସହିଲା

କାହା ପାଟିରୁ ତ ବାହାରେ ନି

ଆହା ପଦିଏ ।

ସେମିତି ପଡିରହେ କଣା ଛପର ତଳେ

ଉଇ ଖିଆ ଛାତରେ ମୁଣ୍ଡ ଆଉଜି

ଭୋକ ଉପାସରେ ।


Rate this content
Log in