Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା- ୯୮

ଜୀବନ ଗୀତା- ୯୮

1 min
13.7K


ଜୀବନ ଗୀତା-୯୮
(ସାହିତ୍ୟିକ ସଦାନନ୍ଦ ତ୍ରିପାଠୀଙ୍କୁ ସମର୍ପିତ)
 
ଏ ଜୀବନ କେବେ ଶାନ୍ତ ସୁଶୀତଳ
ସରଳ ତରଳ ନଦୀ
କେବେ ପୁଣି ସିଏ ଉଲଙ୍ଗ ଉଚ୍ଛଳ
ମହାକାଳୀ ଭଇରବୀ ॥୦॥
 
ବିରାମହୀନ ପଥପରେ ସଦା
ଧାଇଁଚାଲିଛି ଜୀବନ
ଅନନ୍ତକାଳରୁ ବହୁଅଛି ସେ
ନାହିଁ ତା'ର ଅବସାନ
କେବେ ଗାଇଚାଲେ ବିରହ ସଙ୍ଗୀତ
କେବେ ପ୍ରେମର ପୂରବୀ ॥୧॥
 
ଧୂସର ମରୁକୁ ଶସ୍ୟଶ୍ୟାମଳା
କରିଦିଏ ତାର ଛୁଆଁ
ଫଗୁଣରେ ପୁଣି ଅବିର ନୁହେଁ
ବରଷାଇ ଦିଏ ନିଆଁ
କେବେ ପଥସାରା ତାର ପୋଡାଗନ୍ଧ
କେବେ ଫୁଲର ସୁରଭି ॥୨॥


Rate this content
Log in