Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Tragedy

3  

ଵଳରାମ ତରାଈ

Tragedy

ବୁଢ଼ା ବୟସ ଦୁଖଃ

ବୁଢ଼ା ବୟସ ଦୁଖଃ

1 min
262



ବୁଢା ବୟସରେ କି ଦୁଃଖ ଦେଲୁରେ

ଉତ୍ତର ଦେରେ କାଳିଆ।

ପୁଅ ବୋହୁ ମିଶି ଘରୁକାଢି ଦେଲେ

 ଦୋଷ କଣ ହେ ମୋହର ।


ବୋହୁ କହେ ପାଗଳ ବୁଢା କୁ ମାର

 ଘର ହେଲା ମୋର ପର।

ପୁଅ କହେ ମୋର ଘରୁ ବାହାର କର

 ବଡଦାଣ୍ଡ ଯିବି ତୋର।


ବୁଢ଼ା ବୟସରେ ମୋତେ ପୁଅ ମାରି

 ଅଣ୍ଟା ନଇଁ ଗଲା ମୋର।

ରୋଗ ବୈରାଗରେ ଶୁଖି ଶୁଖି ଗଲି

କଣ୍ଟା ହାଡ ଦିଶେ ମୋର।


ହଡା ବଳଦ କଥାରେ ଖାଇ ପାହାର

 ବୁଲେ ବାର ଦ୍ୱାର ଦ୍ୱାର।

ଝିଅ ମୋ ନିଜର କଲା ମୋତେ ପର

 ସମସ୍ତେ କଲେ ମୋତେ ପର ।


ବୁଢା ବୁଢ଼ୀ ଆମେ କଲବଲ ହୋଇ

କେହି ନାହିଁ ରେ ଆମର।

ଆମର କିଏ ଅଛି କାଳିଆ ରେ

ଏକା ଆମ ତୁ ନିଜର।


ଅବଢା ଟିକିଏ ଖାଇ ଦେଲେ ତୋର

ବଡ ଦାଣ୍ଡ ଘର ମୋର।

ଏକା ତୁ ଆମକୁ ସାହା ରେ କାଳିଆ

 ଆମକୁ ଏ ପାରି କର।



Rate this content
Log in

Similar oriya poem from Tragedy