Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ଶୈଶବ

ଶୈଶବ

1 min
7.0K


ପାଗଳର ପ୍ରଳାପ-୮(କାଶ୍ୟପ)

କିଏ ? ଛଡାଇ ନେଲା ଶୈଶବ

ଏ ପିଲାଟିର

ମା’ ତା’ର ପ୍ରସୂତି ଘରେ ଚାଲିଗଲା

ଆରପାରି ଛାଡି ସଦ୍ୟ ଜନ୍ମ ତା’ ଭଉଣୀ,

ବାପା ହାଣ୍ଡିଆ ପିଇ ପିଇ ଗଲା ଚାଲି ,

ଆର ଦିନ ଛପିଲା ଖବର କାଗଜରେ

ବିଷାକ୍ତ ମଦ ମର୍ତ୍ୟୁ-୧୦୬,

ଖଟି ଖିଆ ଘର ପିଲା ,

ମାଗି ତ ପାରିଵ ନି ଭିକ୍ଷା

ପିଠିରେ ବାନ୍ଧି

ତା ଛୋଟ ଭଉଣୀକୁ ବିକି

ବାହାରିଲା ପାନ, ବିଡି, ସିଗାରେଟ,

ହାଏ ରେ ଭାରତ ସରକାରଙ୍କ

ବାର ହଜାର କୋଟି ଟଙ୍କାର

ଶିଶୁ ଶ୍ରମିକ ଉଛେଦ ଯୋଜନା ,

ଜଳ ପାଖକୁ ତ ପହଁଚି ଥାନ୍ତା

କହିଲେ କହିବେ

ପାଗଳଟା ୟା’କୁ ମାର

ଭାରି ଦେଖାଉଛି

କବିପଣ,

ପାରିଲା ପଣ ଯଦି ଅଛି

କର ତୁ କିଛି

ଏମାନଙ୍କ ପାଇଁ ମୁଁ ଯଦି ପଚାରିବି

ତମକୁ ଏ ପ୍ରଶ୍ନ ତମେ କହିବ

ପାଗଳଟା କରୁଛି ପ୍ରଳାପ ।

ରାମ ପ୍ରସାଦ ବିଶୋଇ ।

ସମୟ ସକାଳ-୭-୩୦ ମିନିଟ ।

ତା-୧୯-୫-୧୬

ରାୟଗଡ଼ା ।


Rate this content
Log in