Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Children Others Comedy

3  

Lalatendu Kabi

Children Others Comedy

ମାନି ମୋ କଥା ଲେଖ କବିତା

ମାନି ମୋ କଥା ଲେଖ କବିତା

1 min
14.3K


ମାନି ମୋ କଥା ଲେଖ କବିତା

କଥା ମାନି ଥରେ   ସାତ ଦିନକରେ

  ଛୋଟିଆ ଗୀତଟେ --   ଦେଏ ମା ଲେଖି;

ଲେଖିବୁ ଏଭଳି   ଖେଳୁ ଖେଳୁ  ଦୋଳି

  ଗାଇବେ ତୋ ସାଥୀ --   ଗାଇବେ ସଖୀ

ଲେଖ --   ଦେଖୁ ମୋ ଆଖି,

ଦିଅ --   ଦିଅ ମା ଲେଖି ||  -୧

କଥା ଯେବେ ମାନ   ହେବୁ କି ରେ ସାନ

  ମୋ ମହତ ମାନ --   ରଖିବୁ ଜାଣ

ନ ମାନିଲେ ବାଳୀ   ଦେବି ନାହିଁ ଗାଳି

  ତୋତେ ମୋର  ଖାଲି --   ଲାଗିଲା ରାଣ;

କଥା --   ଶୁଣ ନ ଶୁଣ;

ମୋର --   ରହିଲା ରାଣ ||  -୨

ଏବେ ତ ନିଜର,   ଗଲେ ଶାଶୁ ଘର

  ପଛେ ସାତ ପର --   କର ଦୁହିତା;

ଏଇ ତ ସଂସାର,   କେ ଏଠି କାହାର,

  ସାବୁ ନାରଖାର--   ଜଳିଲେ ଚିତା;

ଏବେ --   ମାନି ମୋ କଥା,

ଲେଖି --   ଦେଖା କବିତା ||  -୩


Rate this content
Log in

Similar oriya poem from Children