Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଅସ୍ମିତା ଓଡିଶାର

ଅସ୍ମିତା ଓଡିଶାର

1 min
411


ସରଗ ସୁଷମା ଶୀରି ଉଣା ହେବ ଅତୁଲ୍ୟ ଓଡିଶା ଭୂଇଁ

ଜଗତର ନାଥ ଜଗନ୍ନାଥ ବିଜେ ମର୍ତ୍ୟରେ ଉପମା ନାହିଁ !

ଉଡ୍ର ଓଡିଶା ଉତ୍କଳ କଳିଂଗ ମୋ ପ୍ରିୟ ଜନମ ମାଟି

ପୂରୁବ ରାଇଜ ଉତ୍ତର ଦକ୍ଷିଣ ସମାହାର ତା ସଂସ୍କୃତି ।

ନୈସର୍ଗିକ ଶୋଭା ଭରା ରାଇଜର ଚାରୁ ଚିତ୍ରପଟ ଦେଖି

କଳା ସ୍ଥାପତ୍ୟ ସଂସ୍କୃତି ଧରମ କରମ ହୋଇ ପରଖି ।

ସାଗର ସୈକତ କାହିଁ ଗିରିବର କାହିଁ ସବୁଜିମା ଶୋହେ

କୁଳୁନାଦେ ବହେ ନିର୍ଝରିଣୀ ଝର ସାଗରେ ମିଶିବା ଯାଏ ।

ଅଲିଭ ରିଡଲେ କଛପ ଗହୀରମଥା ମଣେ ନିରାପଦ

ସାଇବେରିଆର ପକ୍ଷୀ ଚିଲିକାରେ ନମଣେ କାହିଁ ବିପଦ ।

ସ୍ୱାଧୀନତା ତା'ର ଦେବନାହିଁ ଦୟାନଦୀ ଶୋଣିତେ ଭରିଲା

ଶାନ୍ତିପ୍ରିୟ ରାଜ୍ୟ ଚଣ୍ଡାଶୋକେ ଧର୍ମାଶୋକ ପରିଣତ କଲା।

ମଧୁର ତାହାର ଭାଷା ସଂସ୍କୃତି ସମ୍ପର୍ଣ୍ଣ ମର୍ଯ୍ୟଦା ପ୍ରାପ୍ତ

କବିତା ସମ୍ଭାର ସଂଗୀତ ମଧୁର ଝଂକାର ପରିବ୍ୟାପ୍ତ ।

ଗଂଗାଠାରୁ ଗୋଦାବରୀ ଯାଏ ଥିଲା ସୀମା ସରହଦ ଦିନେ

ବିଜୟ ବାହୁଡା ବିଜୟ ନଗର ମେଦିନାପୁର ପ୍ରଗନେ ।

ପୂର୍ବ ଶୂରୀ ଆମ ଜାଭା ବୋର୍ଣିଓ ସୁମାତ୍ରା ଦ୍ୱୀପକୁ ଯାଇ

ବାଣିଜ୍ୟ ବ୍ୟାପାରେ ଧନ ଦଉଲତ ଅରଜନ କରିଥାଇ ।

କଳା ସଂସ୍କୃତି ଆଦାନ ପ୍ରଦାନ କରୁଥିଲେ ଦେଶ ଦେଶ

ଓଡିଶୀ ସଂଗୀତ ଓଡିଶୀ ନୃତ୍ୟ ବୈଜ୍ଞାନିକ ଧାରା ରସ ।

'ଉଡିୟା ଏକଟା ସ୍ୱତନ୍ତ୍ର ଭାଷା ନୟ' ପ୍ରତିବେଶୀ କହି

ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କଲା ସମ୍ମିଳନୀ ଗଢା ହୋଇ ।

ଉନବିଂଶ ଶଦି ଶଡତ୍ରିଂଶ ସାଲ ଭାଷା ଭିତ୍ତିକ ପ୍ରଦେଶ

ବହିଛି ଦେଶର ପ୍ରଥମ ହେବାର ଗୌରବାବହ ସଂଦେଶ !

ଅସ୍ମିତା ସୁମରି ଜାଗ ଉତ୍କଳୀୟ ସ୍ୱାଭିମାନୀ ଦିଗ୍ଗଜ

ବନ୍ଦେ ଉତ୍କଳ ଜନନୀ ଗାଇବା ଉଦାତ୍ତ କଣ୍ଠରେ ଆଜ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in