Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Comedy

5.0  

Bauribandhu Lenka

Comedy

ପ୍ରେମ ରୋଗ

ପ୍ରେମ ରୋଗ

1 min
1.3K


ଆଖିରେ ଆଖି ମିଶାଇ ଯେବେ

ଟିକିଏ ହସିଦେଲ,

ସେ ଦିନୁ ମୋର ଆଖିର ନିଦ

ସବୁ ଉଡାଇ ନେଲ I 1 I

ଚିହ୍ନା ଚିହ୍ନା ଲାଗିଲା ବୋଲି

ମୁଁ ବି ହସିଦେଲି I

ଜାଣିନି ତୁମ ନାମ ଠିକଣା

କି କାମ କର ବୋଲି I 2 I

ଧରିଲେ ବହି ଆଖି ଆଗରେ

ନାଚେ ତୁମର ମୁହଁ I

କି ପାଠ ଆଉ ପଢିବି ଏବେ

କରିବି କଣ କୁହ   I 3 I

ଭାବୁଛି ମନେ କିପରି ତୁମ

ସଙ୍ଗେ ହୁଅନ୍ତା ଦେଖା I

ଖୋଲି ମୁଁ କହି ଦିଅନ୍ତି

ଭଲ ପାଏ ତୁମକୁ ଏକା I 4 I

ମୋ ରଙ୍ଗ ଢଙ୍ଗ ଦେଖି ମୋ ବୋଉ

ମନେ ଛାନିଆ ପଶେ I

କହେ ସେ ଆଜି କାଲି ମୋ ଝିଅ

ଶୁଖିଲା କାହିଁ ଦିଶେ I 5 I

ପାଠ ଚିନ୍ତାରେ ଝିଅ ମୋ ଆଜି

ଏପରି ଦିଶିଲାଣି I

କିଏ କହିବ ଝିଅ ତା ପ୍ରେମ

ପାଠରେ ପାଗଳିନୀ I 6 I

******


Rate this content
Log in