ତ୍ରିରଙ୍ଗା କାନ୍ଦୁଛି
ତ୍ରିରଙ୍ଗା କାନ୍ଦୁଛି
◆◆◆◆◆◆◆◆◆◆◆◆◆
ତ୍ରିରଙ୍ଗା କାନ୍ଦୁଛି
◆◆◆◆◆◆◆◆◆◆◆◆◆
ତ୍ରିରଙ୍ଗା କାନ୍ଦୁଛି ଏ ଦେଶ ମାଟିରେ
ସହି ପାରୁନାହିଁ ବେଦନା
ରାକ୍ଷସ ର ଏଠି ତାଣ୍ଡବ ଚାଲିଛି
ଦେଉଥାନ୍ତି ଖାଲି ଲାଞ୍ଚନା
ଏ ଦେଶ ସୁରକ୍ଷା ନିମନ୍ତେ ସୈନିକ
ଲଢୁଥାନ୍ତି ସୀମା ଯାଇ
ନିଜ ଜୀବନକୁ ବେଖାତିର କରି
ଆମ ହସଖୁସି ପାଇଁ
ନିଜ ସ୍ୱାର୍ଥ ପାଇଁ ଆଜିର ମଣିଷ
ଭୁଲିଯାଏ ତା'ର ସୀମା
ଗରିବ ଲୋକଙ୍କ ତଣ୍ଟି ଚିପିବାକୁ
ପଛାଇ ଯାଏନି ଜମା
ଧିକ ତୁମ ଜନ୍ମ ଏଦେଶ ମାଟିରେ
ଧିକ ତୁ ନର ରାକ୍ଷସ
ମାଟି ମା ସାଥେ ସଉଦା କରୁଛ
ପଶୁ ତୁ ନୁହେଁ ମଣିଷ
ଏବେ ବି ସମୟ ରହିଛି ତୋ ପାଶେ
ସୁଧାରି ନେ ନିଜକୁ
ଦେଶ ପାଇଁ କିଛି କରିଲେ, ସୁନାମ
ପାଇବୁ ମଲା ବେଳକୁ ।
ଜୟ ହିନ୍ଦ ।ଭାରତ ମାତା କି ଜୟ ।,
◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)