Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Romance

3  

ଓଡ଼ିଆ ଗଳ୍ପ ଓ କବିତା - ୩

Romance

ପ୍ରେମବନ୍ଦି

ପ୍ରେମବନ୍ଦି

1 min
7.4K


ଯେମିତି ସେଦିନ ଗହନ ଅନ୍ତରେ

ଏମିତି ଅବ୍ୟକ୍ତ କଥା

ଲୁଚିଯାଏ ଅନ୍ଧାରରେ ଛାତି ତଳେ

କ୍ଷତାକ୍ତ ପ୍ରେମର ଗାଥା ।

ନୀରବ ନିଶିରେ ଦପଦପ୍ ଜଳୁଥିବା

ମନର ଅକୁହା ନିଆଁ

ନିବିଡ ଆଲିଙ୍ଗନରେ କର ପ୍ରଶ୍ନ

ଛାତିରୁ ବାହାରେ ଧୁଆଁ ।

ଠିକ୍ ସେତିକିବେଳେ ଶୀତେଇ ଉଠେ

ଦେହର ଅଙ୍ଗ ପ୍ରତ୍ୟଙ୍ଗ

ଖୋଜୁଥାଏ ନାଲି ଲାଜୁକି ଓଠକୁ

କରିଦିଏ ପ୍ରେମ ରଙ୍ଗ ।

କଥାରେ କଥାରେ ଅନାବଳି ପ୍ରେମ

ଏକାକୀ ଝୁରି ମରିବା

ରାତି ସାରା ଅନିଦ୍ରା ମିନିଟେ ପାଇଁ

ଏୟା ତ ଭଲ ପାଇବା ?

ଠିକ୍ ଜହ୍ନ ପରି ହସୁଥିଲା ରାତି

ମୁକ୍ତ ସେ ଆଲିଙ୍ଗନରେ

ଖୋଲା ମେଲା ନୀଳିମା ଆକାଶ ତଳେ

ତମେ ମୋ ବାହୁ ବନ୍ଧନରେ ।

ଅଲିଭା ସ୍ବପ୍ନର ଅଭିସନ୍ଧି ଦାଗେ

ଦୁଇଗୋଡ ଛନ୍ଦାଛନ୍ଦି

ଅପହଞ୍ଚ ନାଭିର ଚିତ୍ରପଟରେ

ଲେଖିଦିଏ ପ୍ରେମ ବନ୍ଦି ।

***

ଦଶରଥ ହେମ୍ବ୍ରମ୍

ଭାରପ୍ରାପ୍ତ ଅଧିକାରୀ, ବେଲଘର ଥାନା, କନ୍ଧମାଳ


Rate this content
Log in

Similar oriya poem from Romance