ଜୀବନ ଗୀତା- ୧୬୪
ଜୀବନ ଗୀତା- ୧୬୪
1 min
1.3K
ଜୀବନ ଗୀତା- ୧୬୪
ଜୀବନରେ ଜୀବନ.....
ଦୂରରେ ଥାଇକି କିପରି ବୁଝିବୁ
କେତେ ଭଲପାଏ ତତେ
ଛାତିରେ ଲାଗିଯା ହୃଦୟ କହିବ
ଭଲପାଏ ତତେ କେତେ ॥୦॥
ତୋ ନାଁ ଶୁଣି ହୃଦୟ ମୋହର
ଖୁସିରେ ନାଚିଉଠେ
ତୁ ଦୂରେଗଲେ ହୃଦୟ ବିଚରା
ଦୁଃଖରେ ପଡେଉଠେ
କାନଦେଲେ ଥରେ ମୋ ଛାତି ଉପରେ
ବୁଝିବୁ କିପରି ହୄଦୟ ତୋପାଇଁ
ଭୁଲିଯାଏ ପୂରା ମତେ ॥୧॥
ତୋ କଥା ଶୁଣି ହୃଦୟ ଯେମିତି
ମାନଇ ସବୁକିଛି
ମୁଁ ଯଦି କେବେ ବୁଝାଏ ଜମାରୁ
ବୁଝଇନାହିଁ କିଛି
ସବୁକଥା ପାଇଁ ମତେ ଦୋଷ ଦେଇ
ମୋ ପରେ ଯେତେକ ଅଭିମାନ କରି
କଥା ହୁଏନି ମୋ ସାଥେ ॥୨॥