Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

2  

Prasanta kumar Hota

Others

କହିବାକୁ ସୁପ୍ରଭାତ

କହିବାକୁ ସୁପ୍ରଭାତ

1 min
2.4K


ରାତି ଯାଉଥିଲା ନଇଁ

ରବି ଆସୁଥିଲା ଉଇଁ

ଆସିବ ଆସିବ ହେଉଛି ରଜନୀ

ରହିଛି ଦୂରରେ ଚାହିଁ।


ପକ୍ଷୀ ଉଡେ କିଳି କିଳି

କାକଳି ତ ଭଳି ଭଳି

ଉଛୁଳାଇ ଦିଏ କୋଳାହଳ କରି

ବିହଙ୍ଗରେ ଯେତେ ମେଳି


ମୁକୁଟ ପୁରଟ ପିନ୍ଧି

ଧରଣୀ ଧରିଛି ବାନ୍ଧି

କୂଳ ଭୁଆଶୁଣୀ ଗାଧେଇ ଗଲେଣି

ଆସିବେ ସେ ଲୁଗା ପିନ୍ଧି।


କୋକିଳର ତାନ ଶୁଭେ

ସୁଗମ ସଙ୍ଗୀତ ଲାଗେ

କେତେ ଟୁନା ମୁନା ନିଦ ଛାଡୁ ଛାଡୁ

ମାଆ କୋଳ ପୁଣି ଖୋଜେ


ଆସିଲାଣି ପ୍ରାତ ଏବେ

ଚଷାଭାଇ ବିଲ ଯିବେ

ଧରଣୀ ମାତାକୁ ଧରିଥିଵେ ହାତେ

କେତେ ରଙ୍ଗ ପୁଣି ଦେବେ।


ସହରେ ପଶିଛି ଶୀତ

ଡରି ଡରି ଆସେ ପ୍ରାତ

କହୁଛି ରହିଥା ଆସୁଛି ମୁଁ ଏବେ

କହିବାକୁ ସୁପ୍ରଭାତ


ପ୍ରଶାନ୍ତ କୁମାର ହୋତା


Rate this content
Log in