ରାଜନୀତି
ରାଜନୀତି
ଅଭିନେତା ଏଠି ନେତା ବନୁଛନ୍ତି
ଦେଖାଇ ଲୋକଙ୍କୁ ନାଟ
ଚଳଚ୍ଚିତ୍ର ଯୋଗେ ଲୋକପ୍ରିୟ ହୋଇ
ପାଇଯାଉଛନ୍ତି ଭୋଟ । ୧।
ମଦ ପାଣିର ବାସନା ଶୁଂଘାଇ
ଭୋଟ ନିଅନ୍ତି ଟାଣି
ଟଙ୍କା ଫିଙ୍ଗିଦେଇ ଭୋଟରମାନଙ୍କୁ
ନେତାଏ ନିଅନ୍ତି କିଣି ।୨।
ଲକ୍ଷ ଲକ୍ଷ ଟଙ୍କା ଉଡାଇ ଦିଅନ୍ତି
ଜିତିବା ପାଇଁକି ଗାଦି
ପଇସା ଯୁଆଡେ ଭୋଟ ସିଆଡେ
ଇଏ ପରା ରାଜନୀତି ।୩।