Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୨୮

ବେସୁରା ଗୀତି-୭୨୮

1 min
6.7K


ବର୍ଷା ତୁମେ ଅଭିମାନୀ ଜୀବନର ସ୍ଵର

ବର୍ଷା ତୁମେ ପ୍ରୀତିମୟୀ ପ୍ରାଣର ଓଁ କାର

ତୁମ କୁ କିଏବା କେବେ କେଉଁରୂପେ ଦେଖେ

ତୁମର ଭରା ଯୌବନ ମୋ ଆଖିକୁ ଦିଶେ ॥

ବର୍ଷା ତୁମେ ପ୍ରାଣଦାତ୍ରୀ ଟାଙ୍ଗରା ଭୁଇଁର

ବର୍ଷା ତୁମେ କାହା ପାଇଁ ପ୍ରଣୟ ର ସ୍ଵର

ନିଦାଘ କୁ ତଡି ଦେଇ ଆସ ଥିରି ଥିରି

କାହାର ଆଖିରେ ସୃଜ ସ୍ଵପ୍ନ ର କିଆରି ॥

ତୁମ ପାଇଁ ନିଏ କିଏ ଆତ୍ମ ନିର୍ବାସନ

କା ଆଖିରେ ଭାରୁଥାଅ

ନିତି ନିତି ନୂଆ ନୂଆ ସ୍ଵପ୍ନ ॥

ଛଳନା ର ରୂପକଳ୍ପ

ତୁମେ ପୁଣି ପ୍ରୀତିର ମହକ

ଅଭଙ୍ଗା କଣ୍ଢେଇ ତୁମେ

ମୁଁ ଦେଖିଛି ତୁମ ରୁଦ୍ର ରୂପ ॥

ପ୍ରୀତି ବାରି ଢାଳି ତୁମେ ଆସ ଆଜି ଚାଲି

ତୁମ ସ୍ପର୍ଶେ ଥଣ୍ଡା କର ଶୁଷ୍କ ମରୁବାଲି

ମରୁପଥ ଯାତ୍ରୀ ମନେ ଭର ନୂଆ ଆଶା

ତୁମେ ସ୍ପର୍ଶେ ପାଉ ସିଏ ନୂଆ ଏକ ଦିଶା ॥


Rate this content
Log in

Similar oriya poem from Romance