Audio

Forum

Read

Contests

Language


Write

Sign in
Wohoo!,
Dear user,
କୁଳାଙ୍ଗର ଉପାଖ୍ୟାନ
କୁଳାଙ୍ଗର ଉପାଖ୍ୟାନ
★★★★★

© Bidyadhar Panda

Drama Others Abstract

6 Minutes   13.8K    4


Content Ranking

 

            କୁଳାଙ୍ଗାର ଉପାଖ୍ୟାନ

 

 

ମାଆ ଚାହେଁ ସଦା ପୁଅର ସୌଭାଗ୍ୟ ସହିତ ଉଦର ପୂର୍ତ୍ତି  । ରୋଗ କି ବୈରାଗ ପାଖ ନମାଡ଼ନ୍ତୁ ଭରିଥାଉ ପ୍ରାଣ ଶକ୍ତି

ପୁଅ ଯେବେ ଦିଏ ଅସହ୍ୟ କଷଣ ଆଖିରୁ ଗଢ଼ାଏ ଲୁହ ।  ପର ବୁଦ୍ଧିଆଟା ପିଲା ମୋ ହୋଇଲା କିଛି ଉପାୟ ମୋତେ କୁହ?

ଏତିକି ରେ ଇତି ମନର ଭାବନା ଧରେ ନାହିଁ ପୁଅ ଦୋଷ । ଅଭିଶାପ କେବେ ଭିତରୁକୁ ଆସେନି ଉପର ଠାଉରା ରୋଷ

ସେଥିପାଇଁ ମାତା କୁମାତା ହୁଏନି ପୁତ୍ର ହୁଏ କୁଳାଙ୍ଗାର । ଅବିରତ ମାତା ଆଶୀର୍ବାଦ ଦିଏ ହେଉ ଯେତେ ଅବିଚାର

କଳିକାଳ ପୁଅ ଜ୍ୱର ଝାଡ଼ା ହେଲେ ପଦେ କରନ୍ତିନି ଆହା । ତଥାପି ମନରେ କ୍ଷୋଭ କରେ ନାହିଁ ବିବଶ ବିଚାରି ମାଆ

ଏମିତି ଗୋଟିଏ ମାଆର କପାଳେ ବିଧି ଲେଖିଥିଲା ଦୁଃଖ ।ପରିବାରେ ଥିଲେ ମାଆ,ପୁଅ ବୋହୁ ମୋ’ଟ ତିନୋଟି ଲୋକ

ବିଦେଶ ମାଟିରୁ ଡ଼କରା ଆସିଲା ଚାକିରି ଯୋଗ ଦେବାକୁ । ସଭିଙ୍କର ମନ ଆନନ୍ଦରେ ନାଚେ ଅଭାବ ଯିବ ଦୂରକୁ

ମାଆ ମନାସିଲା ପୁଅ ମୋର ଗଲେ ବିଦେଶକୁ ହେବ ଭଲ । ପଇସା କଉଡ଼ି ଅଭାବ ହେବନି ନାତିକୁ କରିବ ଗେଲ

କୁନା ବାପା କଥା ମନେ ପଡ଼ିଗଲେ ଆଖି ହୁଏ ଛଳଛଳ ।  ନାତି ଟିଏ ହେଲେ ସବୁ ଜିବ ଭୁଲି, ବଦଳିବ କାଳ ବେଳ

ବିଭାଘର ମାସେ ହୋଇଛି କି ନାହିଁ କୁନା ମାଆକୁ କହିଲା ।ହୋଟେଲରେ ଖାଇ ଦରମା ସରୁଚି ବୋହୁକୁ ନେବି ବୋଇଲା

ବୋହୁ ଗଲେ ତୋର ରୋଷେଇ କରିବ ଘର ଖାଇବା ଖାଇବି ।ହାତଗୋଡ଼ ତୋର ଭଲ ଥିବା ଯାଏ ସେଇଠି ତାକୁ ରଖିବି

ପାଖଫ୍ଲାଟରେ କହି ମୁଁ ଯାଉଛି କତିକୁ ଆସିବେ ତୋର ।  ମଝିରେ ମଝିରେ ଫୋନ କରିକି ଜାଣିବି ଏଠା ଖବର

ବାପା ମଲା ବେଳେ କହି ଗଲେ ସିନା ଫ୍ଲାଟ୍କୁ ବିକିବନି ।

ମୋତେ ଲାଗେ କିନ୍ତୁ ଗାଁ ସାଇ କଥା ଫ୍ଲାଟ୍ରେ ମିଳିବନି

ସେ ସବୁ ପଛରେ ବିଚାର କରିବା ଏବେ ତୁନଧର ମନ  ।

ଟିଭି ଦେଖୁଥିବୁ, ପୂଜା କରୁଥିବୁ ଆରାମେ କଟିବ ଦିନ

ସକାଳ ପାଇଲେ ପଳେଇବୁ ଆମେ ଉଡ଼ାଜାହାଜରେ ବସି ।

ମନ ଦୁଃଖ ତୁହି କରୁ କାହିଁ ପାଇଁ ଚଳୁଥାଆ ମିଳି ମିଶି

ବୁଢ଼ି ମୁହଁ ଟିକେ ଆମ୍ବିଳା ଦିଶିଲା ସପନଟା ଗଲା ଭାଙ୍ଗି ।

ତାନା ବାନା କେତେ ବୁଣି ଥିଲା ବୁଢ଼ି ବିଭିନ୍ନ୍ନ ରଙ୍ଗରେ ରଙ୍ଗି

ସମୟ ଆସିଲା ପୁଅ ବୋହୁ ଗଲେ ବିଦେଶରେ କଲେ ଘର । ବୁଢ଼ି ମାଆଟିକୁ ଭୁଲିଗଲେ ପୁରା ଉଜୁଡ଼ା ବୁଢ଼ି ସଂସାର

କୁନା ବାପାଙ୍କର ଅଧା ପେନ୍ସନ୍ ମାସକୁ ତିନି ହଜାର ।

ବୁଢ଼ି ପେଟ ପାଇଁ ଯଥେଷ୍ଟ ହେଉଛି ଅଧିକ କି ଦରକାର?

ସବୁ ଫ୍ଲାଟର ବୁଢ଼ି ଯେତେ ଥିଲେ କଲେ ଗୋଟିଏ ସମିତି । ଭଜନ ସେବାରେ ହସ ଖୁସି କରି ସମୟ କାଟିଲେ ନିତି

ଚାରି ମାସ ପରେ ପଡ଼ୋଶୀ କହିଲା-ପୁଅ କରିଥିଲା ଫୁନ୍ । ନାତିଟିଏ ତୋର ଜନମ ହୋଇଛି, ନାଁ’ ଟି ଅଛି - ପୁପୁନ୍

କୁନା କହୁଥିଲା ବାପା ପରି ଦିଶେ ଅବିକଳ ଲମ୍ବା ନାକ ।

ମାଆକୁ କହିବ ସବୁ ଭଲ ଏଠି, ମନେ ଆଣିବନି ଦକ

ମାଆ କାନ୍ଦି କାନ୍ଦି ବେଦମ ହୋଇଲା ପଡ଼ୋଶୀ କହିଲା ଯାଇ । ଭିଡ଼ିଓ କଲିଙ୍ଗ୍ କରି ଦେଇ ପୁଅ ନାତିକୁ ଦେଲା ଦେଖାଇ

ବୁଢ଼ି ମନ କିବା ଏଥିରେ ମାନୁଛି ମୋବାଇଲ୍ ଛବି ଅନା  । ନାତିକୁ କେବେ ତୁ ଘରକୁ ଆଣିବୁ ସତ କହ ଆଜି କୁନା?

କମ୍ପାନୀ ଦେଉନି ଦିନେଛୁଟି ମାଆ ବୋହୁରଦେହ ଏମିତି । ଛୋଟଛୁଆ କେତେ ହଇରାଣ କରେ ଯିବୁ ବା ଆମେ କେମିତି?

ତୋ’ର ଏବେ ସବୁ ଭଲ ବୋଲି କହୁ ଯାଉ କେଇଟା ବରଷ । ନାତିଟା ଟିକିଏ ବଡ଼ ହୋଇଗଲେ ଘେନିଯିବି ତୋର ପାଶ

ବୁଢ଼ି କାଟିଚାଲେ ଉଦାସ ଜୀବନ ଇଛା ଦେଖିବାକୁ ନାତି । ନିରୁପାୟ ଆଜି ବୁଢ଼ିକାଳେ ସିଏ ପ୍ରାର୍ଥନା କରୁଛି ନିତି

ଏଭଳି ଚାଲିଲା ବହୁତ ବରଷ ବୁଢ଼ି ପଚାରେ ପୁଅକୁ ।

ନାତିଟା ମୋହର ବଡ଼ ତ ହେଲାଣି କେବେ ଆଣିବୁ ଦେଶକୁ?

ସବୁ ଥର କିଛି ବାହନା କରିକି ଟାଳିଦିଏ ମାଆ କଥା । ଧିରେଧିରେ ମାଆ ଅସୁସ୍ଥ ହୋଇଲା ବୁଲେଇଲା ଖାଲି ମଥା

ପୁଅର ପାଖକୁ ଖବର ଦେବାକୁ ମାଆ ଗଲା ପଡ଼ୋଶକୁ । ପଡ଼ୋଶୀ  କହିଲେ ପୁଅଟା ଖରାପ ମା’ ଗାଳି କଲା ତାଙ୍କୁ

ବୋହୁଟା ମୋହର ଟିକେ ଅମାନିଆ ପୁଅ ମୋହର ନିର୍ଦ୍ଦୋଷ ।ସବୁ ମାଆଙ୍କର ମାତ୍ରାଧିକ୍ର ମୋହ ଦିଶେ ନାହିଁ ଦୋଷାଦୋଷ

କିଛି ଦିନ ପରେ ପୁଅ ଫୁନ୍ କଲା ଆସିବା ବାରତା ଦେଲା । ମାଆ ମନ ଏତେ ପ୍ରଫୁଲିତ ଯେହ୍ନେ ମୟୁର ମେଘ ଦେଖିଲା

ଏତେ ବର୍ଷ ପରେ ମିଳିଲା ମଉକା ବୁଡ଼ି ଭାବିଛି ମନରେ । କୁନା ବାପା ପରି ନାତି ହୋଇଥିବ ଗେଲ କରିବ କୋଳରେ

ନିର୍ଦ୍ଦିଷ୍ଟ ଦିନରେ ପୁଅ ପହଞ୍ଝିଲା ଛିଡ଼ା ଅଗଣା ଦୁଆରେ । ବୁଢ଼ି ଭାବିନେଲା ନାତି ବୋହୁ ମୋର ଅଛନ୍ତି ଦାଣ୍ଡ ପିଣ୍ଡାରେ

ଏକା ନିଶ୍ୱାସରେ ବୁଢ଼ି ଧାଇଁଗଲା ନାତିକୁ ଦେଖିବା ଆଶେ । କାହାକୁ ନଦେଖି ମନ ମରିଗଲା ବସି ପଡ଼ିଲା ଉଦାସେ

କଅଁଳିଆ ସ୍ୱରେ ପୁଅ କହୁଥିଲା ନାତିର ସ୍କୁଲ୍ ଚାଲିଛି । ପଞ୍ଝମ ଶ୍ରେଣୀର ଅନେକ ପୁସ୍ତକ ପାଠଟା ଭଲ ପଢ଼ୁଛି

ଏମିତି ଦିନେ ବି ତୁ ପଢ଼ୁଥିଲୁ କି ଲାଭ ଜନମ କରି? । ଭାବୁଛି ମୁଁ ବୋଧେ ନାତିକୁ ନଦେଖି ଅବେଳେରେ ଯିବି ମରି

ପୁଅକୁ କହିଲା ମୁହଁ ହାତ ଧୋଇ ବସି ପଡ଼ ଖାଇବାକୁ । ଯାହା ଯାହା ତୁହି ଭଲ ପାଇ ଥାଉ ରାନ୍ଧିଛି ପରସିବାକୁ

ପୁଅ ଭଲ ପାଏ ମାଆ ହାତ ରନ୍ଧା କଖାରୁ ଫୁଲର ଭଜା । ଛୁଆ ବେଳେ ତାକୁ ରାଗ ତରକାରି ଲାଗୁଥିଲା ଭାରି ମଜ୍ଜା

ଆଳୁ ଝୋଳ କଲେ ବେଶି ଭାତ ଖାଏ ଶାଗମୁଗ ସଂଗେ ବଡ଼ି । ଗୋଟି ଗୋଟି କରି ମାଆ ମନେ ଅଛି ରାନ୍ଧିଛି ସବୁ ଯୋଗାଡ଼ି

ଖାଇ ସାରି ପୁଅ ଶୋଇବାକୁ ଗଲା ମାଆର ମନ ଉଚ୍ଚାଟ । ମଧୁର ସ୍ୱରରେ ମାଆକୁ କହିଲା ବିକବା ଆମର ଫ୍ଲାଟ୍

ନାତି ପାଇଁ ଏବେ ଖର୍ଚ୍ଚ ବେଶି ହୁଏ ପଢ଼ା ପାଇଁ ବିଦେଶରେ । ଫ୍ଲାଟ୍ ବିକିଲେ ପୁରା ହୋଇଯିବ ତୋର କି କାମ ସହରେ?

ଗାଁ ଘରଟିକୁ ସଜାଡ଼ି ଦେଲେ ତୁ ଆରାମରେ ଚଳିଯିବୁ । ସାଇ ପଡ଼ିଶାଏ ସାହାଯ୍ୟ କରିବେ, ସୁଖରେ ଦିନ କାଟିବୁ

ମାଆ କହେ ପୁଅ ବାପା କିଣିଥିଲେ ପେଟର ଦାନାରୁ ସଞ୍ଝି । ମଫସଲ ଘରେ ପାଇଖାନା ନାହିଁ କେମିତି ପାରିବି ବଞ୍ଝି

ପୁଅ କହେ ମିଛ ଅଭିନୟ କରି ତୋ ଚିନ୍ତା ଘାରୁଛି ମୋତେ । ଏଠି ଯଦି କିଛି ଅଘଟଣ ଘଟେ କିଏ ଅନେଇବ ତୋତେ?

ଗାଁ ଗହଳିରେ ଲୋକ ଗୁଡ଼ା ଭଲ ତୁରନ୍ତ ଦେବେ ଖବର । ଅବିଳମ୍ବେ ପାଶେ ଆସିବି ମୁଁ  ଚାଲି କରିବାକୁ ଉପଚାର

ବାପା ମଲାବେଳେ କହି ଯାଇଥିଲେ ବିକିବନି ଏ’ ଘରକୁ । ମୋର ଉପହାର ସାଇତି ରଖିବ ଦେବା ପାଇଁ ମୋ’ନାତିକୁ

ଶେଷ ବ୍ରହ୍ମ ଅସ୍ତ୍ର ଛାଡ଼ିଦେଲା ପୁଅ କହି ମଧୁର ବଚନ । ଏ ଘରକୁ ଆମେ ବିକି୍ର କରିଦେଇ ଚାଲିଯିବା ଦୁଇ ଜଣ

ସମସ୍ତେ ମିଶିକି ଏକାଠି ରହିବା, ଯାହା ହେବ ଦେଖାଯିବ । ଏକଥା ଶୁଣିକି ମାଆ ରାଜି ହେଲା, ନାତି ସାଂଗରେ ଖେଳିବ

ଗରାକ ଆସିଲା ସନ୍ତକ ନେଇକି ଗଣିଲା ବହୁତ ଟଙ୍କା । ବୁଢ଼ି ଦେଖୁଥିଲା ପୁଅର ମୁଁହକୁ ହସିଲା ବାପା ପରିକା

ଏଭଳିଆ ହସ ପୁଅର ମୁହଁରେ କେବେ ତ ନଥିଲା ଦେଖି । ଅବିକଳ କୁନା ବାପା ପରି ହସ ବୁଢ଼ିର ମୋହିଲା ଆଖି

କୁନା ଟଙ୍କା ସବୁ ଗଣି ବାନ୍ଧୁଥାଏ ହସି ମୁରୁକି ମୁରୁକି  । ମାଆ ମନ ହୁଏ ହର୍ଷ ଉଲ୍ଲଷିତ ପୁଅର ଏ ଖୁସି ଦେଖି

ପରଦିନ କୁନା କହିଲା ମାଆକୁ ଖରାବେଳେ ଆମେ ଯିବା । ସଂନ୍ଧ୍ୟା ପାଞ୍ଝଟାରେ ଜାହଜ ଛାଡ଼ିବ ସକାଳକୁ ପହଞ୍ଝିବା

ଲୁଗା ପଟା ସବୁ ବୁଢ଼ି ସଜାଡ଼ିଲା ପୁଅର ସଂଗତେ ଯିବ  । ଅସମ୍ଭାଳ ମନ ନାତିକୁ ଦେଖିବ କିପରି ରାତି ପାହିବ?

ବାହାରିଲା ବେଳେ ଗରାକ ଆସିଲା ଘରଚାବି ନେବା ପାଇଁ । ଦୁଇଧାର ଲୁହ ଗଢ଼ାଇଣ ବୁଢ଼ି ହାତକୁ ଦେଲା ବଢ଼ାଇ

କୁନାବାପାର ଏ ଶେଷ ସନ୍ତକଟି ଦେଲା ପର ହାତେ ଟେକି । ବୁଢ଼ି ମନ ଜମା ବୁଝୁ ନଥିଲେ ବି କିଭଳି ପାରିବ ରୋକି?

ଅବିରତ ଲୁହ ଧାର ବୋହିଚାଲେ, କୁନା ବାପା କଥା ଭାବି । କଥା ଦେଇଥିଲା ବିକିବନି ବୋଲି ମନେ ପଡ଼ୁଥାଏ ଛବି

ବିମାନ ବନ୍ଦର ପହଁଞ୍ଝିଲେ ଦୁହେଁ ବୋହୁ ଫୋନ୍ ଆସିଲା । ଭଲମନ୍ଦ କଥା ହେଲା ପରେ ମାଆ ଅସୁଛି ବୋଲି କହିଲା

ପୁଅ ହାତ ଠାରି ମାଆକୁ କହିଲା ଏହି ଠାରେ ଥାଅ ବସି । ବୁଝା ବୁଝି କରି ଫେରିବି ସଅଳ ଘେନିଯିବି ସାଥେ ଆସି

ଘଣ୍ଟା ପରେ ଘଣ୍ଟା ସମୟ ବିତିଲା ବୁଢ଼ି ଅନେଇଛି ବସି  । ପାଞ୍ଝଟାରେ ଥିଲା ଜାହଜ ଛାଡ଼ିବା ଛଅଟା ହେଲାଣି ଆସି

କାହିଁକି କେଜାଣି ପୁଅ ଫେରୁନାହିଁ ପଚାରିଲା ପୁଲିସକୁ । ପୁଅ ଯାଇଥିଲା ବୁଝାବୁଝି ପାଇଁ କିଏ ଦେଖିଛ ତାହାକୁ?

ଆମେରିକା ଯିବା ପାଇଁ ଆସିଥିଲୁ ସଂନ୍ଧ୍ୟା ଜାହଜରେ ଚଢ଼ି । ପୁଅ କାହିଁପାଇଁ ଫେରିଲାନି ମୋର ବିତିଲାଣି ଏତେ ଘଢ଼ି?

ସିକୁରିଟି କୁହେ ଫେରି ଯା’ ମାଉସି ଜାହାଜ ଗଲାଣି ଉଢ଼ି । ପୁଅ ଏକା ଗଲା ବସି ସେଇଥିରେ ତୁମକୁ ଏଠାରେ ଛାଡ଼ି

ମଆ କୁହେ ତୁମେ ଭୁଲ୍ କହୁଛ ମୋର ଭାରି ଭଲ ପୁଅ । ଅତି ଶିଘ୍ର ସିଏ ଆସିବ ଏଠାକୁ ମୋତେ ନାବାକୁ ନିଶ୍ଚୟ

ବିଳମ୍ବିତ ରାତି ବାରଟା ବାଜିଲା ବୁଢ଼ିର ଆରମ୍ଭ କାନ୍ଦ । ପୁଅଟା ଏଭଳି କିପରି କରିଲା?  ତଥାପି ପାଞ୍ଝୁନି ମନ୍ଦ

ଘଟଣା ଶୁଣିକି ଜମା ହେଲେ ବହୁ ବିମାନ ବନ୍ଦରେ ଲୋକ । ଅନୁରୋଧ ରଖଚାଲ ଘର ଯିବା, ପୁଅ ଭଳି ଭାବି ଦେଖ

ମାଆ ପରି ଧରା ବକ୍ଷେ କିଏ ଆଉ ଚିନ୍ତା କରିବ ମଙ୍ଗଳ? । ଯେତେ ପାରୁ ପୁଅ ଦୁଃଖ ଦେଉ ପଛେ ନ ପଚାରୁ କାଳକାଳ

କେବେହେଲେ ଅଭିଶାପ ଦେବ ନାହିଁ ଅନ୍ତରରେ ଧରି ରୋଷ । କହିବ ପରର ବୁଦ୍ଧିରେ କରୁଛି ପୁଅଟା ମୋର ନିର୍ଦ୍ଦୋଷ

ବୁଢ଼ି ମାନିଲାନି କାହା କଥା ସେଠି ଶେଷରେ ନିଷ୍ପତି ନେଲା  । କାହା ଘରେ କିଆଁ ବୋଝ ହେବି ଯାଇ ନିଜ ପୁଅ ତ ନୋହିଲା

ସେଇ ଫ୍ଲାଟ୍କୁ ଫେରିଯିବ ସିଏ ପଡ଼ୋଶୀ ଘରେ କହିବ  । ଚୁଲା ଚକି ସହ ବାସନ ମାଜିବ ନିଶ୍ଚେ କିଏ ରଖିନେବ

ପଡ଼ୋଶୀ  ମାନଙ୍କ ମଧ୍ୟରେ ଅନେକ ଲୋକ ତ ଅଛନ୍ତି ଭଲ । ପେଟ ଚାଖଣ୍ଡକ ପୁରିଗଲେ ଗଲା କଟିଯିବ ଶେଷ କାଳ

ଦିନେ ନାହିଁ ଦିନେ ଆସି ପାରେ ପୁଅ ଆଖ ପାଖ ଅଞ୍ଝଳକୁ । ବାପାର ସନ୍ତକ ମନେ ପଡେ ଯଦି ଇଛା  ହେବ ଦେଖିବାକୁ

ଏମିତିରେ ନାତି ଦେଖା ହୋଇପାରେ ପୁଅର ଜାଣିବି ଭେଦ  । ସ-ପରିବାରେ ସ-କୁଶଳ ଥାଉ ମାଆ କରେ ଆଶୀର୍ବାଦ

ପୁତ୍ର ମୋହ ଆଗେ ବିବଶ ହୋଇକି ପାଲଟିଲା ଚାକରାଣି  । ଗିରସ୍ତ ପେନ୍ସନ୍ ପାଇ ଚଳୁଥିଲା ଘରେ ହୋଇ ବାବୁଆଣି

ସଂସାରେ ଏଭଳି ବିରଳ କୁପୁତ୍ର ଥିବ ବୋଧେ ସେଇ ଏକା । ଅମଣିଷ ପୁଅ କେମିତି କରିଲା ମାଆର ସଂଗରେ ଧୋକ୍କା

ଅପୁତ୍ରିକ ଥିଲେ ଭଲ ହୋଇଥାନ୍ତା ସୁଲଭ ଶେଷ ଜୀବନ  । ସପୁତ୍ରିକ ହୋଇ କାଳିଆକୁ ଡ଼ାକେ, ସଅଳ ନିଅ ମୋ’ ପ୍ରାଣ

ଏଭଳି ସଂବାଦ ପଢ଼ିଲେ ଶୁଣିଲେ ଉଦାସ ହୁଅଇ ମନ । ସତ୍ୟ ଘଟଣାଟି ନାମିତ ହୋଇଲା  କୁଳାଙ୍ଗାର ଉପାଖ୍ୟାନ

 

 

 

ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି.

ଖ-୧୭/୧୫, ପଞ୍ଝଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯

ଜି; ଖୋର୍ଧା, ଓଡ଼ିଶା, ମୋ-୯୪୩୯୧୨୮୦୫୦

ପୁଅ ବୋହୁ ମାଆ

Rate the content


Originality
Flow
Language
Cover design

Comments

Post


Some text some message..