Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjay Kumar

Fantasy Comedy

3  

Sanjay Kumar

Fantasy Comedy

ଯୋଗ

ଯୋଗ

1 min
6.8K


ସକାଳ ଯୋଗ ଦିହକୁ ଭଲ ।
ଆଉ ମନକୁ ରଖେ ପ୍ରଫୁଲ୍ଲ ॥

ଯୋଗର ମାନେ କିଏ କେମିତି ବୁଝିଛି ।
ନାନା ମୁନିଙ୍କର ନାନା ମତ ଭଳି ବ୍ୟାପିଛି ॥

ଛାତ୍ରଛାତ୍ରୀମାନେ ଯୋଗ କରନ୍ତି ।
ସଂଖ୍ୟାରେ ସଂଖ୍ୟାକୁ ମିଶାଇ ଦିଅନ୍ତି ॥

ସାଧୁଲୋକ ଯୋଗରେ କରନ୍ତି ଧ୍ୟାନ ।
ଈଶ୍ଵରଙ୍କ ପାଶେ ସମର୍ପିତ ତାଙ୍କ ମନ ॥

ମୋଟା ଲୋକଟି ଯୋଗର ଅର୍ଥ କଣ ବୁଝିଛି ।
ଶରୀର ମିଶିବ କଣ,ତାର ଫେଡ଼ି ହଉଛି ॥

ଘରର ଘରଣୀ ଯୋଗକୁ ଠିକ୍ ବୁଝନ୍ତି ।
ପତିଙ୍କ ଦରମା ଆସୁନଆସୁ,
କୁମ୍ପିରେ କିଛି ଗଳାନ୍ତି ॥

କୋମଳମତି ଶିଶୁ ବି ଯୋଗକୁ ବୁଝିଯାଏ ।
ସେନେହ ଟିକେ ପାଇବା ପାଇଁ କାନ୍ଦି ପକାଏ ॥

ଲାଞ୍ଚୁଆ ଲୋକ ଯୋଗ କରିବାକୁ ଭଲପାନ୍ତି।
ଦରମା ସହ ଫରମା ପାଇଁ,
ଟେବୁଲୁ ତଳେ ହାତ ଗଳାନ୍ତି ॥

ମିଛୁଆ ଲୋକଟି ଭୁଲେନା ଯୋଗ ।
ମିଛ କହିବା ଆଗରୁ,
ପକେଟେ ପୂରାଏ ଆଗ ॥

ଯୋଗକୁ କେମିତି ଭୁଲିବେ ପିଆଳି ।
ବିଅର ସହ ୱାଟର କରନ୍ତି ଗୋଳା ଗୋଳି ॥

ନେତାଏ ଯୋଗର ଅର୍ଥ ଭଲ ବୁଝିଛନ୍ତି ।
ଜନତାଙ୍କ ନିଃସ୍ଵାର୍ଥ ପାଇଁ,
ଦଳବଦଳ କରୁଛନ୍ତି ॥

ଯୋଗରେ ପୋଖତ ଆମର ଭାଈ ବେପାରୀ ।
ଜଳ ଯୋଗ ସହ ମାପ ବିଯୋଗରେ,
ଦିଅନ୍ତି ଭେଜାଲ କରି ॥

ଅଳସୁଆ ଲୋକ ନିଦ୍ରାରେ କରନ୍ତି ଯୋଗ ।
ଚବିଶ ଘଣ୍ଟା ଛତିଶ ହେଲେ,
କରନ୍ତେ ଟିକେ ଭୋଗ ॥

ସାହୁକାର ଭାବେ,
ଦୁଃଖରେ ଥାନ୍ତୁ ସାହି ପଡ଼ିଶା।
ଯୋଗ ହେବ ସୁଧ,
ଆଉ ଭଲରେ ଚାଲିବ ମୋ ବେଉସା ॥

ଚତୁର କୁଆଟି ବୋଧେ ଯୋଗରେ ଥିଲା ଗୁରୁ ।
ଅଳପ ପାଣିରେ ଗୋଡ଼ି ଯୋଗକରି,
ପିଇଦେଲା ମାଠିଆରୁ ॥

ମୋର ବି ଯୋଗ ପାଇଁ ବଳିଲାଣି ମନ ।
ଯେହେତୁ ପତଳା,
ମାଉଁସ ଲାଗିବା ପାଇଁ ଦେଉଛି ଧ୍ୟାନ ॥

ଯୋଗରେ ଯୋଗରେ ବଢୁଛେ ଆଗକୁ ।
ସମୟ ସମର୍ଥନ କରେ ବିୟୋଗକୁ ॥

 


Rate this content
Log in