Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ଦି'ଛକିରେ ଜୀବନ

ଦି'ଛକିରେ ଜୀବନ

1 min
378


ବଞ୍ଚିବା ମରିବା ଦି'ଛକି ରାସ୍ତାରେ

ହୋଇଛି ଆଜି ମୁଁ ଠିଆ

ବଞ୍ଚିବା ପାଇଁକି ଇଛା ଥାଇ ସୁଧା

ମରଣ ଡାକୁଛି ଆଆ ।


ବଞ୍ଚିବା ପାଇଁକି ରାହା ମୁଁ ଖୋଜୁଛି

ଚାଖିନି ମରଣ ସ୍ୱାଦ

ହେଲେ ମୁଁ ପଢ଼ିଛି ଜୀବନ ପୃଷ୍ଠାର

କେତେ କାହିଁ ଉପପାଦ୍ୟ ।


ଆଖିର ଲୁହକୁ ଓଠରେ ପିଇଛି

ଚାପିଛି ଛାତିର କୋହ

ଅନେକ ଥର ମୁଁ ମିଛେ ହସିବାର

କରିଅଛି ଅଭିନୟ ।


କେତେଦିନ ଆଉ ଜୀବନ ସାଥିରେ

କରିବି ଛଳନା କେତେ

ଏମିତି ଜୀବନ ଜିଇବା ପାଇଁକି

ମନ କହୁନାହିଁ ମୋତେ ।


ଅସହ୍ୟ ଯନ୍ତ୍ରଣା ଅବ୍ୟକ୍ତ ବେଦନା

ପଥରେ ଚାଲିଲା ପରେ 

ଜୀବନର ଏହି ଦି'ଛକି ରାସ୍ତାରେ

ମରଣଟା ହାତ ଠାରେ ।



Rate this content
Log in