Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତିମ ଅନୁରୋଧ
ଅନ୍ତିମ ଅନୁରୋଧ
★★★★★

© Prakash Sahoo

Inspirational Abstract Others

2 Minutes   13.5K    20


Content Ranking

ଯଦି ସହିଦ ହୋଇଯାଏ ଯୁଦ୍ଧର ମୈଦାନରେ,

ମୋତେ କଫିନ ଭିତରେ ଘରକୁ ପଠାଇଦେବେ ।

ବିରତ୍ୱ ମେଡାଲକୁ ମୋ ଛାତି ଉପରେ ରଖିଦେବେ ।

ଯଦି ଟଳି ପଡେ ଏହି ମାଟି ମା’ ର ବକ୍ଷ ରେ,

ସେହି ମା’ ର ଧୂଳିକୁ ମୋ ମଥାରେ ବୋଳିଦେବେ ।

ଯେଉଁ ମାଟି ମା’ ର କୋଳରେ ଜନ୍ମ ନେଇଥିଲି ,

ସେହି ମାତୃଭୂମିର ସୁରକ୍ଷା ପାଇଁ ଜୀବନ ହାରିଲି ।

ଯଦି ମୋ ବରଦି ରକ୍ତ ଛିଟାରେ ଅସମ୍ମାନୀତ ହୁଏ।

ମୋ ଶରୀରକୁ ତ୍ରିରଙ୍ଗାରେ ଲୁଚାଇ ଦେବେ ।

ଯଦି ମୋ ରାଇଫଲ ରେ ରାଉଣ୍ଡ ରହିଯାଇଥାଏ,

ତାକୁ ମୋ ସାଥି ଯବାନ ଙ୍କୁ ହସ୍ତାନ୍ତର କରିଦେବେ।

ଏବଂ ଯୁଦ୍ଧ ରେ ବିଜୟ ପାଇଁ ମୋ ଛାତି ,

ଉପରେ ଚଢ଼ି ଆଗକୁ ବଢ଼ିବାକୁ ଆଦେଶ ଦେବେ ।

ମୋ କମାନ ଅଧିକାରୀ ଙ୍କୁ ଜଣାଇଦେବେ ,

ମୁଁ ଶତ୍ରୁକୁ ଦମନ କରିବାରେ ସଫଳ ହୋଇଛି ।

ମୋ ବାପାଙ୍କୁ କହିଦେବେ ଆଉ ବ୍ୟସ୍ତ ହେବେନି,

ମୁଁ ତାଙ୍କୁ ଆଉ କେବେ ଅସୁବିଧାରେ ପକାଇବିନାହିଁ।

ମୋ ମା କୁ କହିଦେବେ ମୋତେ ଅପେକ୍ଷା କରିବନି,

କାରଣ ମୁଁ ଆଉ କେବେ ତା’ ପାଖକୁ ଫେରିବି ନାହିଁ ।

ତାକୁ ବୁଝାଇଦେବେ ମୋ ପାଇଁ ଗର୍ବ କରିବ ,ତା ପୁଅ

ନା ସବୁଦିନ ପାଇଁ ଇତିହାସ ରେ ଛାପି ହୋଇଯାଇଛି।

ମୋ ଭାଇ କୁ କହିଦେବେ ପଢ଼ା ଚାଲୁ ରଖିବାକୁ ,

ଆମ ପରିବାର ର ଦାୟିତ୍ଵ ଏବେ ତା ଉପରେ ।

ଆଉ ମୋ ପରି ସେନା ରେ ଯୋଗ ଦାନ ,

କରି ନିଜ ମାଟି ମା’ ର ସୁରକ୍ଷା କରିବ ।

ମୋ ଭଉଣୀକୁ କହିଦେବେ ମୋ ରାଖି କିଣିବନି,

ତା ପାଇଁ ମୋ ବିରତ୍ୱ ମେଡାଲ ଶେଷ ଉପହାର ।

ମୋ ଜେଜେବାପାଙ୍କୁ କହିଦେବେ ଆଉ ରାଗିବେନି,

ମୁଁ ଆଉ କେବେ ତାଙ୍କ ସହ ଥଟ୍ଟା କରିବି ନାହିଁ ।

ମୋ ବୁଢ଼ିମାଙ୍କୁ କହିଦେବେ ମୋତେ ଝୁରିବେନି ।

କାରଣ ସୂର୍ଯ୍ୟଦ୍ୱୟ ପରେ ଆଉ ମୁଁ ଉଥିବି ନାହିଁ ।

ମୋ କମ୍ପାନୀ ଯବାନ ମାନ ଙ୍କୁ କହିଦେବେ ମନ ଦୁଃଖ ,

କରିବେ ନାହିଁ ଆଉ ମୋ ପରି ନିଜର ଶ୍ରେଷ୍ଠ ଦେବେ ।

ମୋ ଟ୍ରେନିଂ ଷ୍ଟାଫ ଙ୍କୁ କହିଦେବେ ତାଙ୍କ ର କଠୋର,

ପ୍ରଶିକ୍ଷଣର ଅବଦାନ ପାଇଁ ମୁଁ ଆଜି ସଫଳ ହୋଇଛି ।

ମୋ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ କହିଦେବେ ,

ଶେଷରେ ମୁଁ ତାଙ୍କ ଉପଦେଶ ପାଳନ କରିଛି ।

ମୁଁ ଏମିତି କିଛି କରିଛି ଯାହା ପାଇଁ ଆଜି ,

ମୋ ପରିବାର ,ମୋ ମାତୃଭୂମି ଗର୍ବିତ ।

ମୋ ସାଙ୍ଗ ମାନ ଙ୍କୁ କହିଦେବେ ଭୁଲିଯିବା ପାଇଁ,

ସେମାନଙ୍କୁ ମୁଁ ଆଉ କେବେ ଦେଖା କରିବିନି ।

ସର୍ବଶେଷ ରେ ମୋତେ ଭଲ ପାଉଥିବା ସେହି ,

ବାନ୍ଧବୀକୁ ବୁଝାଇଦେବେ ମୋତେ କ୍ଷମା କରିଦେବ ।

ମୁଁ ତାକୁ ଦେଇଥିବା କଥା ରଖିପାରିଲିନି,କାରଣ

ଗୋଟେ ସୈନିକର ଜନ୍ମ ଶତୃର ଗୁଳି ଖାଇବା ପାଇଁ।

ସେହିଦିନ ମୋର ଆତ୍ମା ବି ବହୁତ ଗର୍ବିତ ହବ ,

ଯେଉଁ ଆଶା ନେଇ ସେନାରେ ଯୋଗଦାନ ,

କରିଥିଲି ସେ ଆଶା ମୋର ପୂର୍ଣ ହୋଇଛି ।

ଜୟ ହିନ୍ଦ ।

ମାଟି ମା’ ଅନ୍ତିମ ଅନୁରୋଧ ସହିଦ ବୀର

Rate the content


Originality
Flow
Language
Cover design

Comments

Post


Some text some message..