ନିଷ୍ଠୁର ପ୍ରତାରଣା
ନିଷ୍ଠୁର ପ୍ରତାରଣା
ରଙ୍ଗ ରୂପ ସ୍ୱାଦ ନଥାଇ ବି
ସବୁ ଅନୁଭବ ହୁଏ
କୁହେଳିକା ପ୍ରହେଳିକା କରି
ଜୀବନକୁ ଧୂଳିସାତ କରି ଦିଏ
ପ୍ରତି ସୋପାନରେ
ଜନ୍ମ ମୃତ୍ୟୁ ରୂପକ ଜୀବନର
ମହାସଂଗ୍ରାମରେ
ଜାତି ବର୍ଣ ଧର୍ମ ଗରୀବ ଧନୀର
ପ୍ରାଚୀରରେ
ପ୍ରେମର ଉଛୁଳା ନଇଁରେ
ଭଗ୍ନ କରେ ସୁଖର ସଂସାର
ଛାଡି ଚାଲିଯାଏ ଯନ୍ତ୍ରଣା ତାଡନା ଲାଞ୍ଚନା
ସମ୍ପର୍କର ସୁନ୍ଦର ସେତୁ ଭାଙ୍ଗି
ଚୁରମାର କରି ହୃଦୟ ବିଦାରି
ଭରିଦିଏ ଅଶ୍ରୁର ଧାର