Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2.6  

Chittaranjan Lenka

Others

ନମସ୍କାର

ନମସ୍କାର

1 min
20K


ସ୍ନେହ ପ୍ରେମ ପ୍ରୀତି    ହୃଦୟରୁ ଦେଇ

କରୁଅଛି ନମସ୍କାର

ଶୁଣ ଭାଇ ଭଗ୍ନୀ    ନମସ୍କାର କଥା

ବୁଝିଲେ ପାଇବ ସାର

 

ନମସ୍କାର କର     ବାପା ମା’ ସୂର୍ଯ୍ୟଙ୍କୁ

ବିଛଣା ଛାଡିବା ମାତ୍ରେ

ନମସ୍କାର ଲୋଡା   ଇଷ୍ଟ ଦେବା ଦେବୀ

ଯିବ ଯେବେ କର୍ମ କ୍ଷେତ୍ରେ

 

ସାଙ୍ଗ ସାଥୀ ସହ-   କର୍ମୀଙ୍କୁ ଦିଅ ହେ

ପ୍ରୀତି ପୂର୍ଣ୍ଣ ନମସ୍କାର

ବିଛଣାକୁ ଯିବା     ସମୟରେ ନିଦ୍ରା

ଦେବୀ ନମସ୍କାର କର

 

କମେ ନାହିଁ କେବେ  ବଢେ ନିଜ ମାନ

କଲେ ଟିକେ ନମସ୍କାର

କିନ୍ତୁ ଏହା ସତ      ନମସ୍କାରଟିଏ

କରିପାରେ ଆପଣାର

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in