Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

2  

SIPRA NAMTA

Others

ଆଶା ଅଭିସାର

ଆଶା ଅଭିସାର

1 min
7.1K



ଆଶା ଅଭିସାର

************

ସିପ୍ରା ନାମତା ( ନମ୍ରତା )



ଜୀବନର ଶୂନ୍ୟ ପଥେ ,

ପ୍ରତୀକ୍ଷା କରେ ମୁଁ ନିତି

ଆସିବ ,ଅଶୋକ ବନୁ

ଫୁଲ ତୋଡାଟିଏ ଧରି

ସେ ଫୁଲେ ଗୁନ୍ଥିବି ମାଳା

ଦେଇ ମୋ ହୃଦୟ ପ୍ରିତୀ ।


ଆକାଶ ର ଚାଙ୍ଗୁଡି ରେ,

ବଉଦ ର କବରୀ ରେ

ତାରା ହସେ ଖିଲି ଖିଲି

ଆଖି ରେ ମିଟିକା ମାରି

ଚାନ୍ଦିନୀ ର ମଧୁ ଝରା

କୁହୁକିନୀ ମାୟା ରେ ।


ତୁଳସୀ ର ଅଙ୍ଗରାଗ

ଦେଇ ନଇବେଦ୍ୟ ଭୋଗ

ସାଜିବାକୁ ଦେବଦାସୀ

ତୁମ ପାଶେ ଅହର୍ନିଶି

କାତର ହୁଅଇ ପ୍ରାଣ

ଅସହ୍ୟ ବିରହ ରାଗ ।


ମହୀରୁହ ପ୍ରଶାଖାରେ

ନୀଳ ଶ୍ୟାମଳ ଅମ୍ବରେ

ମହୋଦଧି ଉର୍ମିମାଳେ

ନୀଳ ଶଇଳ ଚୁଡାରେ

ଦେଖି ତୁମ ଦିବ୍ୟ ରୂପ

କମ୍ପନ୍ନ ଉଠେ ବୁକୁରେ ।


ପାଇବାକୁ ପଦରଜ

ନିଉଛାଳି ହୁଏ ଯେତେ

ଆଶା ମଞ୍ଜରୀର ବୃନ୍ତ

ପ୍ରସ୍ଫୁଟିତ ହେବ ସତେ

ଜନମ ଜନମ ପାଇଁ

ପ୍ରତୀକ୍ଷାରେ ଯୁଗ ବିତେ ।


ଅବସାନ କର ସଖା

ମିଛ ମାୟା ମରୀଚିକା

ରହୁ ପାଦେ ଲୟ ସଦା

ବାକି ଯେ ସବୁ ଅଲୋଡା

ନିରାଶା ର ବାଲି ଘରେ

ଚକାଆଖି ତୁମେ ସାହା ।


ହୃଦ ପଦ୍ମ ବନେ ରହି

ଆଞ୍ଜୁଳା ପାତିଛି ମୁହିଁ

ମୁଖ ଶିରୀ ଦରଶନ

କିଞ୍ଚିତେ ପାଇବା ପାଇଁ

ପୁରାଇବ ଆଶ ମୋର

ଗୁପତେ ରଖିବ ସାଇଁ ।


----------------------------

8249850168

ବାରିପଦା

ମୟୁରଭଞ୍ଜ




Rate this content
Log in