ଜୀବନ ଗୀତା- ୮୬
ଜୀବନ ଗୀତା- ୮୬
1 min
6.4K
ଜୀବନ ଗୀତା- ୮୬
ଅନ୍ତୁଡି ଅମୃତ ଘରୁ ଜୀବନର ଯାତ୍ରା
ଜଳେ ଯଉବନ ଜଉଘରେ
ବୟସ୍କ ବେଳର ବ୍ୟଥା ଓ ବେଦନା ଯେତେ
ଜଳିଯାଏ ଜୁଇର ନିଆଁରେ ॥୦॥
ଜୀବନଯୁଦ୍ଧରେ ହାରୁଥାଏ କେବେ
କେବେ ପୁଣି ସିଏ ଜିତୁଥାଏ
କେବେ ଆକାଶରେ ଉଡୁଥାଏ ମନ
କେବେ ଡେଣାକଟା ପକ୍ଷୀଟିଏ
ଆଶାର ଆକାଶେ ମେଘ ଢାଙ୍କେ ଯେବେ
ସୂରୁଯ ନଦିଶେ ବଉଦରେ ॥୧॥
ଖରାଛାଇ ଖେଳ ଲାଗିଥାଏ ନିତି
ଖରାରେ ଏକା ସେ ଚାଲୁଥାଏ
ଛାଇ ଟିକେ ମିଳିଗଲେ ଜୀବନରେ
ଦଣ୍ଡେ କି ପହରେ ବସିଯାଏ
ପାଇବା ହାରିବା, ହାରିକି ପାଇବା
ଚାଲିଥାଏ ସଦା ଜୀବନରେ ॥୨॥