Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dilip Kumar Tripathy

Romance Tragedy

5.0  

Dilip Kumar Tripathy

Romance Tragedy

'ଲକି'ନାଁରେ ସବୁଝିଅ ଲକି ନୁହଁନ୍ତି

'ଲକି'ନାଁରେ ସବୁଝିଅ ଲକି ନୁହଁନ୍ତି

1 min
189


ଲକି’ ନାଁ ରେ ସବୁ ଝିଅ ଲକି ନୁହନ୍ତି


ଦେଖ ! ମୋତେ ଆଉ ବେଶୀ ହସାଅନି

ନହେଲେ ତମେ ଜାଣିଦବ

ମୋ ଭିତରେ ମୁଁ ଯନ୍ତ୍ରଣାରେ ଅଣନିଶ୍ବାସୀ ହଉଛି ।

ଜାଣିଦବ ସବୁ ଅକୁହକଥା ମୋ ମନର ।

ଶୁଣିଦବ ମୋ ହସ ଭିତରୁ; ଆର୍ତ୍ତ ଚିତ୍କାର

ଦେଖିଦବ ଦୀପ ତଳ ବହଳ ଅନ୍ଧାର ।

ମୋ ପାଖରେ ବେଶୀ ରୁହନି

ନହେଲେ ତମେ ପଢ଼ିଦବ

ମୋ ଦେହର ଭୂଗୋଳରେ

ଅଙ୍କା ଯାଇଥିବା ରାଜ ରାସ୍ତାର ନକ୍ସା,

ମୋ ମଥାର ସିନ୍ଦୂର ଗାର କେତେ କଚ୍ଚା , କେତେ ପକ୍କା ।

ଶୁଣ ! ତମେ ଏଥର ଯାଅ

ନହେଲେ , ତମେ ନପଚାରିଲେ କାଳେ ମୁଁ କହିଦେବି

‘ଲକି’ ନାଁ ରେ ସବୁ ଝିଅ ଲକି ନୁହନ୍ତି ମ’ !


Rate this content
Log in

Similar oriya poem from Romance